Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sushma Manjari Dash

Others


2  

Sushma Manjari Dash

Others


ଜନ୍ମଦିନ

ଜନ୍ମଦିନ

1 min 114 1 min 114

ବହୁ ପ୍ରତିଭାର ଅଧିକାରୀ ତୁହି

               ହେ ମୋର ରଙ୍କ ରତନ

ତୁ ଏ ଘରର ଗର୍ବ ପୁଣି ତୁ

               ଏ ଘରର ସ୍ଵାଭିମାନ ।

ଲୁଚି ରହିଅଛି ଅମାପ ଶକ୍ତି

               ଅଛି ପୁଣି ସାମରଥ       

ମାପିବା ପାଇଁଁ କି ମାପଦଣ୍ଡ ନାହିଁ                            

    ସୁଗୁଣ ଅନ୍ତର୍ନିହିତ ।  

ଆଜି ପରା ତୋର ଜନମ ଦିବସ                            

‌‌   ପାଳୁ ଅଛୁ ଆମେ ସର୍ବେ       

ଯେତେ ଉଚ୍ଚ ପଦ ପାଇଲେ ବି ଧନ 

              ଗର୍ବ କରିବୁନି ଲବେ ।

ଜନମ ଦିନର‌‌‌ ସପ୍ତମ ବରଷେ

              ଈଶ୍ୱର ଙ୍କୁ ମୋ ଜଣାଣ    

ଶୁଭାଶୀଷ କର ପୁତ୍ରକୁ ଆମର 

              କର ତାକୁ ଆୟୁଷ୍ମାନ

ଆଜି ପରି ଏହି ପବିତ୍ର ଦିନରେ

               ଦେବାପାଇଁ ନାହିଁ ଧନ

ପିତା ମାତାଙ୍କର ଆଶୀର୍ବାଦ ତୋତେ

                ରହିଥିବ ଚିରଦିନ ।      


Rate this content
Log in