STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ଜନ୍ମଦିନ

ଜନ୍ମଦିନ

1 min
507

ବୟସ ଖାତାରେ ଅନୁଭୂତି ଭରା 

ବର୍ଷକର ଉପସ୍ଥାନ 

ଶୁଭେଚ୍ଛାର ପର୍ବ ଜନ ମୁଖେ ସିଏ 

ଅଟେ ପରା ଜନ୍ମଦିନ 

କେତେ ସାଇତା ସପନ 

ସତ କରିବାକୁ ଗୁରୁଜନ ମାନେ 

କରନ୍ତି ପୁଣି କଲ୍ୟାଣ।


କର୍ତ୍ତବ୍ୟ ପଥରେ ଗୋଟିଏ ପାହାଚ 

ଉପରକୁ ଯାଉ ଚଢି 

ବିଗତ ଦିନର ଅଭିଜ୍ଞତା ନେଇ 

ଆଗକୁ ଆଗକୁ ବଢ଼ି 

ସମ୍ପର୍କକୁ ଦିଏ ଯୋଡି 

ଶୁଭ କାମନାର ବାରତା ନେଇଣ 

ଛୁଟଇ ବନ୍ଧୁଙ୍କ ଧାଡି ।


ଜନ୍ମଦିନ ହେବ ଚିର ସ୍ମରଣୀୟ 

ବିଶ୍ୱ କଲେ ପରିବାର 

କର୍ମଯୋଗୀ ସିନା ଏହି ସଂସାରରେ 

ଅଟଇ ଚିର ଅମର 

ଏଇ ସାଧନାର ସ୍ବର 

ଜନ୍ମଦିନ ଆମ ଆଙ୍କି ଦେଇ ଯାଏ

ଜୀବନେ ଅଲିଭା ଗାର ।


Rate this content
Log in

Similar oriya poem from Abstract