ଜଙ୍ଗଲ ସୁନ୍ଦରୀ ମହୁଲ ଫୁଲ
ଜଙ୍ଗଲ ସୁନ୍ଦରୀ ମହୁଲ ଫୁଲ


ଋତୁରାଜ ବସନ୍ତ ଆସିଛି
ମଳୟର ମନ୍ଦ ମନ୍ଦ ସମୀରଣ ରେ
ଧରିଣୀ ରାଣୀ ହସୁଛି
ଆମ ଘଞ୍ଚ ଜଙ୍ଗଲ ଉଆଡ଼ରୁ
ଧୀରେ ଧୀରେ ବାସ ଚହଟୁଛି
ସୁନ୍ଦରୀ ମହୁଲ ଫୁଲ
ତା ଶୁଭ୍ର ଶୁଭ୍ର ଧଳା ତନୁ ନେଇ
ସଭିଙ୍କ ମନ ଚୋରୀ କରେ
ହେଲେ ଏଇ ଧରାରେ କ୍ଷଣିକ ତା ଆୟୁଷ
ମଥାରେ ଖୋସି ଖୋସି
ମେଞ୍ଚେ କୋରେଇ ଫୁଲ
କୁନ୍ତୀ ଯାଉଛି ପାଛିଆ ଧରି
ଗୋଟlଇ ମହୁଲ ଫୁଲ
ଏହି ମହୁଲ ଫୁଲ ଜୀବନ ଜୀବିକା
ଜଙ୍ଗଲ ସୁନ୍ଦରୀ ମହୁଲ ଫୁଲ
ତା ମହକ ମାଦକତା ରେ
ସବୁବେଳେ ବାନ୍ଧିରଖିଥାଏ ପଥଚାରୀ ପଥିକକୁ
କୁନ୍ତୀ ମନ ଆଜି ବଡ଼ ଖୁସି ତା ବୋଉ କରୁଛି
ମହୁଲ ଫୁଲ ର ପିଠା
ଜଙ୍ଗଲ ସୁନ୍ଦରୀ ମହୁଲ ଫୁଲ ମତେ
ସବୁବେଳେ ମୋହିତ କରେ ପାଖକୁ ଡାକେ
ହେଲେ ମୁଁ ସେମିତି ରହିଯାଏ
ମୋ ଚିରା ଚରିତ କଂକ୍ରିଟ ଜ ଜଙ୍ଗଲରେ।