ଜଙ୍ଗଲ ଜଳୁଛି
ଜଙ୍ଗଲ ଜଳୁଛି
1 min
232
ଯା ପାଇଁ ଜୀବନ, ଶରୀର ପୋଷଣ
ଜୀଅନ୍ତା ସେ ଜଳେ ନିଆଁରେ,
କୃତଘ୍ନ ମଣିଷ ପଥର ସାଜିଛି
ପ୍ରକୃତି ଜଳୁଛି ଜୁଇରେ।
ଚାଳରେ ତା ନିଆଁ ଲାଗି ନାହିଁ ବୋଲି
ନିରବଦ୍ରଷ୍ଟା ସେ ସାଜିଛି,
ବୁଝି ସେ ପାରୁନି ସେ ନିଆଁର ଧୂଆଁ
ଭବିଷ୍ୟତ ପଥ ଢାଙ୍କୁଛି।
ଅଭୟ ଅରଣ୍ୟ ଭୟଗ୍ରସ୍ତ ଆଜି
ନିଆଁର କରାଳ ରୂପରେ,
ହାହାକାର କରେ ନିରୀହ ଜୀବନ
ଅସୁରକ୍ଷିତ ଏ ଯନ୍ତାରେ।
ବନ ସିନା ପୋଡେ ଘୋର ଅନଳରେ
କାହାର ବା କଣ ଯାଉଛି,
ମାଆର ଜ୍ଵଳନ ଦେଖି ଏ ମଣିଷ
ଜୀଇଁ ଥାଉ ଥାଉ ମରୁଛି।
କେତେ ଦିନେ ଚେତା ପଶିବ କେଜାଣି
କେତେ ସରି ଆଉ ହେଲେ,
ପ୍ରକୃତିର ଛାଟ କେମିତି ବାଜିଲେ
ବୁଦ୍ଧି ଦିଶିବ କି ଭଲେ !