ଜଳ
ଜଳ


ଜଳ ହିଁ ଜୀବନ ଜଳ ଯେ ପରାଣ
ଜଳ ହିଁ ଜଗତ ତ୍ରାଣ,
ଜଳ ବିନା ନାହିଁ ଜଗତସମ୍ଭବ
ଜଳ ଯେ ଅମୃତ ସମ।
ଜଳ ସଂରକ୍ଷଣେ ସଂରକ୍ଷିତ ସୃଷ୍ଟି
ଜଳ ବିନା ହେବ ନାଶ,
ଜଳ ଅପଚୟ ସୃଷ୍ଟିର ବିଲୟ
ଜଳ ତ ଜୀବ ବିକାଶ।
ଜଳ ଆବଶ୍ୟକ ପଶୁଠୁ ମାନବ
ଜଳ ଯେ ଜୀବ ଉଦ୍ଭିଦ,
ଜଳ ବିନା କାହିଁ ସଂସାର ର ଗତି
ଜଳ ତ ବଡ଼ ଦୁର୍ଲଭ।
ଜଳ ଯେ ତରଳ କମଳ ପରାୟେ
ଜଳ ନୁହେଁ କେବେ ଦୁର୍ବଳ ,
ଜଳଭାଙ୍ଗେ ବାଡ ଘରଦ୍ଵାର କେବେ
ଜଳ ବିନା ନାହିଁ କୁଳ।
ଜଳପୂର୍ଣ୍ଣ ବିଶ୍ଵ ତିନି ଭାଗ ଭରା
ଜଳ ନଈ ନାଳ ସମୁଦ୍ର,
ଜଳ ବିନା ନାହିଁ ସ୍ଥଳରେ ଅସ୍ତିତ୍ଵ
ଜଳ ଲୋଡା ଅଛି ସର୍ବତ୍ର।
ଜଳ ବିନା ନାହିଁ ଜଗତରେ ସତ୍ତା
ଜଳ ଅମୂଲ୍ୟ ସମ୍ପଦ,
ଜଳକୁ ରଖିଲେ ସଦୁପଯୋଗ ରେ
ଜଳର ସମସ୍ୟା ହଟିବ।