ଜଳ ହିଁ ଜୀବନ
ଜଳ ହିଁ ଜୀବନ
ଆସିଛିରେ ପିଲେ ବୁଝିବା ବେଳ
ଅପଚୟ ଜମା କରନି ଜଳ ।
ଧରାରେ ରହିଛି ଯେତେ ବି ନୀର
ଅଧିକ ଲୁଣିଆ କମ୍ ମଧୁର ।
ନଦୀ ନାଳ ଅବା ହେଉ ସେ ହ୍ରଦ
ପୋଖରୀ ,କୂଅ ଓ ନୀଳ ସମୁଦ୍ର ।
ଏସବୁ ଅଟଇ ଜଳର ଉତ୍ସ
ରଖିବା ତାହାକୁ ଆମେରେ ସ୍ୱଚ୍ଛ ।
ଜଳ କମିଗଲେ ଭୋଗିବା ଫଳ
ଜୀବନ ପାଇଁକି ହୋଇବ କାଳ ।
ଜଳ ହିଁ ଜୀବନ ନିରାଟ ସତ୍ୟ
ମନେ ହେଜୁଥାଅ ପିଲାଏ ନିତ୍ୟ ।