ଜିତିବାର ସଂକ୍ଷିପ୍ତ କ୍ଷଣ
ଜିତିବାର ସଂକ୍ଷିପ୍ତ କ୍ଷଣ


ଦୌଡୁ ଦୌଡୁ ତଳେ ପଡିଗଲେ କେଇ ଥର
ଭୂଇଁରେ କଚାଡି ପଡିଲେ କେତେ ଥର
ଧୂଳି ଧୂସରିତ ହେଲେ ସର୍ବାଙ୍ଗ ଶରୀର
ହାତ ଚମ ଆଁଚୁଡି ଗଲେ ବାରମ୍ବାର
ଦେଖଣାହାରୀ ହସିଦେଲେ ଦାନ୍ତ ଦେଖେଇ ତିରସ୍କାର
ହାରିଗଲୁ ଭାବିବା କି ?
ତୁ ମଣିଷ ପରା
ତୁ ଅବତାର ନୁହଁ
ହାରିବା ପରା ଜିତିବାର ସୋପାନ
କହେ ସାରା ସଂସାର
ପଡିବା ଉଠିବା
ପୁଣି ଅଣ୍ଟା ସଳକେଇବା
ଚାଲିବା ଦୈଡିବା
ପୁଣି ଲମ୍ଫ ମାରିବା
ପୁଣି ଚିଲ୍ଲା ମାରି ଧାଇଁବାକୁ ହେବ
କାରଣ ଜିତିବାର ସଂକ୍ଷିପ୍ତ କ୍ଷଣ
ଅଭ୍ୟାସ କରିବାକୁ ହେବ ପଣ ପଣ
ସମୟ ହାତ ମୁଠାରେ ବାଲି ପରି
ଫାଙ୍କରୁ ବାହାରିଯିବ ଖସରିଯିବ
ମାତ୍ର
ଜୀବନ ଏକ ଅସରନ୍ତି ଯାତ୍ରା
ଚାଲିବାକୁ ହେବ ଅନନ୍ତର
ପ୍ରୟାସ ଅଭ୍ୟାସ କରିବା ଥରକୁ ଥର
କହନ୍ତି ପରା
ଅଭ୍ୟାସ ବଳେ କବଳେ
ବିଫଳତା ସଫଳତାର ପାଦ ଛୁଇଁବ
ପଙ୍ଗୁ ଗିରିଶୃଙ୍ଗ ଲଙ୍ଘିଯିବ
ଦୁଇ ହାତ ନ ଥିବା ଶୀତଳ କୁମାରୀ
ପାରା ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବ
ରାସ୍ତାରେ ଅସୁବିଧା ଆସିବ ଦିଶିବ
କିଛି ରୋକିବେ ମନୋବଳ ଭାଙ୍ଗିବେ
କିଛି କୁହୁଡି ଧୂଆଁପରି ଅନ୍ଧାର କରିବେ
ଧୌର୍ଯ୍ୟର ସହିତ ସଂଗ୍ରାମ ଜାରି ରହିବ
ଝାଳ ବୋହିବାକୁ ହେବ
ଆଳସ୍ୟ ତ୍ୟାଗିବାକୁ ହେବ
ଅସୁବିଧାକୁ ସୁବିଧା ଭାବି
ଅନବରତ ଅଭ୍ୟାସ କସରତ ବଳେ
କଠିନ ପରିଶ୍ରମର ମୂଳେ
ଅସାଧ୍ୟ ସାଧନ ହେବ ବାହୁବଳେ
ଅସମ୍ଭବ ସମ୍ଭବ ହେବ ମହିତଳେ