ଜିତ ହାର
ଜିତ ହାର


ଜିତିବା ଲୋକ ହାରିଗଲେ
ସହିବା କଷ୍ଟ ହୋଇଯାଏ
ହାରିବା ଲୋକ ଜିତିଗଲେ
ପୁଣି ହାରିବା ଭୟ ଖାଏ ॥
କିନ୍ତୁ ଡରନି ତୁମେ କେବେ
ହାରିବା ଜିତିବା ଲାଗିଥାଉ
ପ୍ରଭୂଙ୍କ ପାଖରେ ମାଗୁଣି
ଏତିକି ଆଶୀଷ ରହିଥାଉ ॥
ରାତି ନ ଦେଖିବା ଲୋକ
ଦିନର ଆଲୁଅ ବଖାଣିପାରେନା
ଦୁଃଖ ନ ପାଇବା ଲୋକ
ସୁଖର ଖୁସି କହିପାରେନା ॥
ଏଣୁ ତ ତୁମକୁ ବାରମ୍ବାର କହେ
ହାରିଲେ ବି ହାର ମାନନି
ବଞ୍ଚିଥିବା ଭିତରେ ପାଈବାକୁ କିଛି
ଲଢିବାକୁ ଜମା ଡରନି ॥