STORYMIRROR

Sudhashree Bhattamisra

Inspirational

4.5  

Sudhashree Bhattamisra

Inspirational

ଜୀଵନ

ଜୀଵନ

4 mins
383


ଯଦି ଚିତ୍ର ଆଙ୍କିଥାନ୍ତି

ଆଙ୍କେ ଚିତ୍ର, ଅନାବନା

ତୁଳୀନେଇ ରଙ୍ଗନେଇ

କ୍ୟାନଭାକ୍ସ ଉପରେ

ଚିତ୍ର ଆଙ୍କିବାକୁ

ଚିତ୍ର ନୁହେଁ ଚିତ୍ରକାରର

ଯାଦୁନୁହେଁ ଯାଦୁଗରର

ନହେଲେ ବି ବନେ

ପଢେ ଅନାବନା ପୃଷ୍ଠା

ଗୀତ ନୁହେଁ ଗୀତିକାରର

ନହେଲେ ବି ବନେ

ଗାଏ ଗୀତ ଜୀବନର

ମଧୁର ବୋଲି

ହେଲେ ସଂଗୀତବି

ବେସୁରା ବେତାଳ

ଛନ୍ଦହୀନ ଲକ୍ଷ୍ୟହୀନ

ପ୍ରଶ୍ନ ଏବେ ଉଙ୍କି ମାରେ

ଗୀତି କାବ୍ୟ ଲେଖିବି ନା

ଗାଥା କବିତା

ଚିତ୍ରକର ହେବି ନା ଯାଦୁଗର

ନା ଗୀତିକାର

କଣ ଚାହେଁ ଅନ୍ତିମ ପରିଣତି

ଚାହେଁ କିଛି ପରିବର୍ତ୍ତନ

ମୁଁ ଡିଣ୍ଡିମ ପିଟିନି କେବେ

କହେନି ଆତ୍ମ ବଡ଼ିମା

ଜାଳେନି ନିଜର ପ୍ରଦୀପ

ଜାଣିଛି ସମୟ ସାପେକ୍ଷ

ହେଲେବି ପ୍ରମାଣିତ ହେବି

ସତ୍ୟତାକୁ ଭଲପାଏ

ବାସ୍ତବତା ବୋଲି

ଵୁଝିଛି ଶଠ ବି ମଣିଷ

ପ୍ରତାରକ ବି ମଣିଷ

ହେଲେ ଧର୍ମ ନାଁରେ ଯେ ଡିଣ୍ଡିମ

ପିଟେ କାହିଁକି

ଶାନ୍ତି କିଏ ନ ଚାହେଁ

ହେଲେ ବି ଏଠି ନିତି ହାଟନାଟ

ଧର୍ମ ନାଁରେ ଡିଣ୍ଡିମ

ସ୍ବପ୍ନ ଦେଖେ ଖାଲି

ବିଶ୍ଵରୂପପ୍ରେମସ୍ୱରୂପର

କାହିଁ ସେ ମଧୁମୟ ଶତା

ଭିତ୍ତିହୀନ ଲାଗେ ସତ୍ତାହୀନ

ନିସ୍ବ କାଙ୍ଗାଳ

ଏ ମନଟା ହିଁ କାହିଁକି ଯେ ପ୍ରଶ୍ନକୁଳ

ବାଢିବସେ, ଅସରନ୍ତି ପ୍ରଶ୍ନ

ସ୍ବପ୍ନ ସରେ ରାତି ସରେ

ହେଲେ କାହାଣୀ ଅଧା ରହିଯାଏ

ସବୁକିଛି କାହିଁକିଯେ

ଅପୂର୍ଣ୍ଣ ଅଧୁରା ଲାଗେ

ଭିତ୍ତିହୀନ ନିସ୍ବ କାଙ୍ଗାଳ ଲାଗେ

ଜୀବନଟା ଜିଁବାର ରାହା ଖୋଜେ

ବାଟବଣା ହୁଏ

ରାସ୍ତାଖୋଜେ ଠିକଣାବି ଖୋଜେ

ହେଲେ କାହିଁକି ଯେ ରାସ୍ତା ଏବେ ମରୀଚିକାର

ଭ୍ରମ ସୃଷ୍ଟି କରେ, ସମସ୍ୟା ଏବେ ପାହାଡର

ନଦୀର ସମୁଦ୍ରର

ହତାଶ ମଣିଷର ବତାସ ର

ଏ ସମସ୍ୟା ବହୁଳ ଜୀବନଟା

କଣ ସତରେ ଆଉ ମଧୁମୟ ହବନି

କଣଯେ ଅନ୍ତିମ ପରିଣତି

ଅନନ୍ତ ଅସୀମ ସେ ପୁଣି

ସୀମାହୀନ ସେଥିପାଇଁ ନା ତାର ଅନନ୍ତ

ସେଥିପାଇଁ ତାର ଆଦି ଅନ୍ତ ନାହିଁ

ଖୋଜିଛି ସତା ତାର ଅସ୍ତିତ୍ବ କୂଳ କିନାରା

ଚାହେଁ ପ୍ରମାଣିତ କରିବାକୁ

ଜୀବନ ସୁଧାମୟ ବୋଲି

ମଧୁମୟ ବୋଲି

ଫୁଲସିନା କ୍ଷଣଭଙ୍ଗୁର

ହେଲେ ଧର୍ମ ପାଳନ କରେ

ସେମିତି ମୁଁ ବି ଧର୍ମ ପାଳନ କରିବି

ବଂଚିଥିବା ଯାଏ

କିନ୍ତୁ ତମେ ମତେ ପଚାରିବନି କିଛି

କାହିଁକିନା ଏଠି ସତ୍ୟର ଗୁଜବ ପାଇଁ

ବାସ୍ତବତାକୁ ଭଲପାଏ ବୋଲି

ନିସ୍ବ କାଙ୍ଗାଳ ଲାଗେ

ଦୀପଟିଏ ଜଳେ ସେବିତ ତାର ଧର୍ମ

ପାଳନ କରୁଛି, ହେଲେ ଏଠି ସବୁଥାଇ

କାହିଁକିଯେ ନିସ୍ବ କାଙ୍ଗାଳ ଲାଗେ

ହେଲେବିତ ସ୍ବପ୍ନ ଦେଖେ ସ୍ୱର୍ଗ ଗଢ଼ିବାର

ଅଧାଗଢା ସ୍ୱର୍ଗ ମୋର

ଅପହଞ୍ଚ ଆକାଶ ପହଂଚିବି

ସ୍ବପ୍ନମୋର ପୁରାହବ

ଅଧୁରା ବି ହେଉ

ସ୍ବପ୍ନହିଁ ସ୍ବପ୍ନ

ଏଠି ଶେଷ ନାହିଁ ଅନ୍ତନାହିଁ

ଦୁଃଖର ପାହାଡହିଁ ବନେ

ଯେବେ ସତ୍ୟତା ବାସ୍ତବତା ଖୋଜେ

ନୀରବରେ ନିରବୀଯାଏ

ଅନ୍ତିମ ପରିଣତି ଆଲିଙ୍ଗନ

ଜୀବନ ଲୋଭନୀୟ

ହେଲେ ବଞ୍ଚିବାର ମୋହ

ଖାଲି ମଧୁମୟସତା ଖୋଜିଥାନ୍ତା

ମଧୁଝରଣାର କଥା ଭାବିଥାନ୍ତା

ଭଲ ପାଇବାରେ ରଙ୍ଗେଈହେଇଥାନ୍ତା

କିନ୍ତୁ ରଙ୍ଗବୋଳା ଜୀବନଟା

ଖାଲି ରଙ୍ଗେଇହୁଏ, କେବେ ଫୁଲରେ

କେବେ ବାସ୍ନାରେ

କେବେ ସପ୍ତରଙ୍ଗରେ

କେଉଁଠି ଅନ୍ତ, ଭିତ୍ତିହୀନ ଲାଗେ

କାହିଁକିନା ଠିକଣା ହଜେଇଲାପରେ

ଠିକଣା ଖୋଜେ, ବାଟବଣା ହେଲାପରେ

ରାସ୍ତା ଖୋଜେ, ଲୁହ ଏବେ ଅକୁହା ଭାଷା

ଲୁହ ଏବେ ସଂଯମତାର ଅଭାବରେ

କୋହ ଏବେ ସବୁଠି ବାଲ୍ୟରେ କୈଶୋରରେ

ଯୌବନରେ ବାର୍ଦ୍ଧକ୍ୟ ରେ, କିନ୍ତୁ କାହିଁକି

ଏ ଜୀବନଟାକୁ ସରସ ସୁନ୍ଦର କରି

ଗଢ଼ିତୋଳିବାକୁ ଯଦି ସ୍ବପ୍ନ ଦେଖେ

ଖାଲି ଧର୍ମହିଁ ପାଳନ କରିବାକୁ ଜଳେ

ଦୀପଟିଏ ଭଳି, ଗୋଲାପ ବନ ରେ

ଯେବେ କଣ୍ଟାର ଆଘାତ ସହିଛି

ଜୀବନଟା ଯେ କଣ୍ଟକିତ ଗୋଲାପବନ ହେବ

ସହିବାକୁ ହେବ କେତେ ମାନ ଆଉ ଅପମାନ

ଅପମାନ ସହିଛି ହେଲେବି ଧର୍ମ ପାଳନ କରିଛି

ବାଟବଣା ହେଲାପରେ ଯଦି ରାସ୍ତାବି ଖୋଜିଛି

ଭୁଲବି କିଛି କରିନି, ଏ ଜୀବନଟା ଶେଷହୀନ

ଅସୀମ, ଅନନ୍ତ, ମରୀଚିକା ଯେବେ ପାଲଟେ ନାଟକର

ପ୍ରଥମ ଦୃଶ୍ୟରେ, କେମିତି ସ୍ବପ୍ନ ଦେଖିଥାନ୍ତି

ତାଜମହଲର, ଇଚ୍ଛାହୁଏ ମନଭରି କାନ୍ଦିବାକୁ

ଲୁହ ଦୁଃଖ ଧୋଇଦିଏ, ପାପ ଧୋଇଦିଏ, ଅନୁତାପ ରେ

ଏମିତି ସ୍ବପ୍ନ ଦେଖେ କେତେ କଣ ଗଢିବାକୁ

ସ୍ବପ୍ନ ଦେଖିବା ପାପ ନୁହେଁ, ସ୍ବପ୍ନ କିଏ ନ ଦେଖେ

ସ୍ୱପ୍ନକୁ ମତେହିଁ ରଙ୍ଗୀନ କରିବାକୁ ପଡିବ

ଆକାଶର ଶୂନ୍ୟତାକୁ ପ୍ରଶ୍ନକରେ

ନୀରବରେ ନିରବୀଯାଏ

ନିଜ ସହିତ ନିଜେ ଗପେ

ଶୀତଳତା ମାଗେ ପ୍ରକୃତିକୁ

ଜହ୍ନକୁ ଜ୍ୟୋସ୍ନା ମାଗେ

ଇନ୍ଦ୍ରଧନୁ କୁ ସପ୍ତରଙ୍ଗ

ପୃଥିବୀକୁ ବିଶାଳତା ସମୁଦ୍ରକୁ ବଦାନ୍ୟ

ଜୀବନଯେ ବାସ୍ତବତାର ଘର

ଯେଉଁଠି ହୁଏ ଖାଲି ଗଢିବାକୁ

ଆଦର୍ଶ ଆଉ ଚରିତ୍ରବତା

ସତ୍ୟ ଆଉ ବାସ୍ତବତାର

ଭଲପାଇବାର ଗାଢ଼ ରଙ୍ଗରେ

ରଙ୍ଗେଇ ହେବାକୁ, ସୂର୍ଯ୍ୟ ଭଳି ତେଜୀୟାନ ହେବାକୁ

ସମ୍ପର୍କର ସେତୁଟିଏ ଜୀବନ

କିନ୍ତୁ କାହିଁ ସେ ମଧୁମୟ ସତା

ହେଲେବିତ ମୁଁ ଧର୍ମ ପାଳନ କରିଛି

ଜଳିଛି ଆଲୋକିତ କରିବି

ବଳିଦାନ ହେବି ତ୍ୟାଗ ପାଇଁ

ଝାଂଜି ଏବେ ଗ୍ରୀଷ୍ମରେ ଶୀତରେ

ଝାଂଜି ଏବେ ଜୀବନରେ ଯନ୍ତ୍ରଣା

ଝାଂଜି ଏବେ ବଂଚିବାରେ

ଝଂଜା ଏବେ ଜୀଵନ

ବୈଶାଖ ମଧ୍ୟାହ୍ନ ଲାଗେ ଜୀବନଟା

ହତାଶ ସାୟାହ୍ନ, ଛାତି ମୋର ସହର ପଥରର

ସେହି ପଥରର ଗଢିଛି ମହଲଟେ

ସ୍ବପ୍ନ ମୋର କୋଣାର୍କ ନନ୍ଦନକାନନ

ଜୀବନ ଏବେ ଯାତନା ଖାଲି

ଶୁଣିଥିଲି ସୁନ୍ଦର ବୋଲି

କାହିଁ ସେ ମଧୁମୟ ସତା

ଭିତ୍ତିହୀନ ନିସ୍ବ କାଙ୍ଗାଳ

କାହିଁକିଯେ ଲାଗେ

ଗଢିବି ଅଧା ଗଢ଼ା ମହଲକୁ

ସଂଜ ହେଲେ ସୁରୁଜ ଉଏଁ ମୋ

ମାନସ ପଟରେ

ଭାବନା ସବୁ ସକ୍ରିୟ ହୋଇ ଉଠନ୍ତି

ମୁଁ ନୀରବ ନିଶ୍ଚେଷ୍ଟ, ନିଷ୍କ୍ରିୟ

ସୂର୍ଯ୍ୟ ଡୁବିଗଲେ ବି

ମାନସ ସମ୍ରାଜ୍ୟର ସୁରୁଜଟା

ତେଜୀୟାନ ହୁଏ

ମୁଁ ସେମିତି ସକ୍ରିୟ ହୋଇ ଉଠେ

କାହିଁକିନା ଏ ଜୀବନଟା କେବେବି ଦୁର୍ବଳ ନୁହେଁ

ଅବଳା ନୁହେଁ ସେ ହିଁ ଶକ୍ତି ସ୍ୱରୂପିଣୀ

ପାଲଟିଯାଏ କେତେବେଳେ ଅଜ୍ଞାତ ସାରରେ

ଭ୍ରମ ଏବେ ହୁଏ, ନା ମୁଁ ସେମିତି କିଛି କରିଛି

ପଙ୍କରେ ପଦ୍ମ ଫୁଟେ ବୋଲି ମୁଁ ଜାଣିଛି

ହେଲେ ସୂର୍ଯ୍ୟ କିରଣଟା ସବୁଠି ପଡେ

ନିଏ କିଛି ସାରାଂଶ, ସବୁଠି ମଧୁ ଥାଇ

ପାଷାଣ୍ଡଟା, କଣଯେ ସଂଗ୍ରହ କରେ

ଏଠି ଜିଁବାର ମାନେ ନୁହେଁ ଜଳିବାକୁ

ଜୀବନଟା ହିଁ ସୁନ୍ଦର, ସତ ଏଠି ନିତି ହାଟର ସଉଦା

ନିତି ଏଠି ବିନିମୟ ହୁଏ, ଶାନ୍ତି ଏଠି ନଷ୍ଟ ଭ୍ରଷ୍ଟ

ମିଳେନି ଜମାରୁ, ଆଉ ସୁଖ ମୃଗତୃଷ୍ନା, ମରୀଚିକା

ଫୁଲଟିଏ ଫୁଟେ, ହେଲେ ସେ କଣ କେବେ କାର୍ପଣ୍ୟ ହୁଏ

ବାସ୍ନା ବିତରଣ କରେ, ଅଯାଚିତ ଭାବରେ

ଶୀତଳତା ବୁଣି ଦିଏ, ସୁରୁଜ ଢାଳିଦିଏ ଅସାର କିରଣ

ଅସ୍ତ ସୂର୍ଯ୍ୟଟା ଫେରାଇଆଣେ ଲକ୍ଷସ୍ଥଳେ ମନ

ସମୟ କିନ୍ତୁ ଅହରହ, ଅନବରତ, ସମୟକୁ ଯିଏ

ଭଲ ପାଏ ସଦୁପଯୋଗକରେ, ସମୟ ତା ପାଇଁ

କଳ୍ପବୃକ୍ଷ ହେଇପାରେ କାମଧେନୁ, ସମୟ ସଦୁପଯୋଗକଲେ, ସ୍ୱର୍ଗ ହୁଏ ମର୍ତ୍ୟରେ

ଭଲ ପାଇବାର ରଙ୍ଗ ଗାଢ଼ ବୋଲି

ବୁଝିନଥିଲି ଆଗରୁ, ହେଲେ ଫିକା ଲାଗେ କାହିଁକି

ଏବେ ସବୁ, ସ୍ବପ୍ନ ସବୁ ଯଦି ଏବେ ବ୍ୟର୍ଥ ନିରର୍ଥକାହୁଏ

ଏଠି ରାତି ରାତି ସ୍ବପ୍ନ ସବୁ, ଗଢିବାକୁ ସ୍ୱର୍ଗ

କିନ୍ତୁ ସ୍ବପ୍ନ ଦେଖିବାର ମାନେ ନୁହେଁ

ବ୍ୟର୍ଥ ନିରର୍ଥକ, ଏତ ସଫଳ ପ୍ରୟାସ

ଗଢିବାକୁ ଘର ନୁହେଁ ମନ୍ଦିର

ଯଜ୍ଞ ଏବେ ସବୁଠି, ସ୍ବପ୍ନ ଦେଖେ ଜାଗ ଯଜ୍ଞର

ପ୍ରତିଜ୍ଞା ପ୍ରତିଶୃତିର, ଗଢିବାକୁ ମନ୍ଦିର

ବନିବାକୁ ପୂଜାରୀ, ଯଜ୍ଞ ଏବେ ସବୁଠି

ପରିବାରର, ଅନୁଷ୍ଠାନର

ସ୍ନେହର ସମ୍ପର୍କର, ଭଲପାଇବାର

ଗାଢ଼ ରଙ୍ଗର, ପ୍ରତିଟି ସମ୍ପର୍କର ସେତୁବନ୍ଧର

ହାରଜିତ ହୁଏ ଦୁଃଖନାହିଁ ହାରିବାରେ

ଦୁଃଖନାହିଁ ମୋର ହାରିବାରେ

ଦୁଃଖନାହିଁ ମୋର ବାଟବଣା ହେବାରେ

ହେଲେ ଯୋଜନା କେବେ ପଣ୍ଡ ଯୋଜନା ନ ହେଉ

ସେଥିପାଇଁ ମୁଁ ସତତ ଚେଷ୍ଟିତ

ଜୀବନଟା ଜୀବହିଁ ହେଉ

କେବେ ବ୍ୟର୍ଥ ହାହା କାର ନହେଉ

ଏଠି ଗଢ଼ିବାର ମଜା ଯେମିତି

ଜାଣିଛି ଅନ୍ଧାରରେ ବାଟବଣା ହେଲାପରେ

ଆଲୁଅ ଖୋଜେ, ମଧୁମୟ ସତା ଖୋଜେ

ସବୁଠି ମଧୁମୟ ସତା ଅଛି

ହେଲେ ଜୀବନଟା ହାହାକାର ମୟ ନହେଉ

ଅନ୍ତିମ ପରିଣତି ସେମିତି ଅତୁଟ ହେଉ

ଅପରିବର୍ତ୍ତିତ ହେଉ, ବ୍ରତୀ ହେଉ ମଧୁସନ୍ଧାନରେ

ବୁଝୁ ଜୀବନର ପ୍ରକୃତ ଅର୍ଥ

ସ୍ନେହ ସମ୍ପର୍କର ମଧୁଝରଣା ବୋଲି ପରିବାର

ଆଉ ଜୀବନ ଈଶ୍ୱରଙ୍କ ବରଦାନ ବୋଲି

ଅପଢା ପୃଷ୍ଠା ସବୁ ଯଦି ପୋଥି ବନେ

ପୁରାଣ ବନେ ହେଲେ ଅପଢା କାହିଁକି ରହେ

ଜୀବନ ସୁନ୍ଦର, ଜୀବନକୁ ସରସ ସୁନ୍ଦର କରିବା

ମାନବର ପ୍ରୟାସ, ଜୀବନକୁ ଭଗ୍ନ ବାରବାଟୀ କରିବା

ଦାନବର ପ୍ରୟାସ, ପ୍ରଶ୍ନ ଏବେ ମାନବ ଆଉ ଦାନବର

ମାନବ ଗଢେ ଦାନବ ଭାଙ୍ଗେ, ତେଣୁ ଖେଳ ଏବେ

ଭଙ୍ଗା ଗଢ଼ାର, ପ୍ରୟାସ ବ୍ୟର୍ଥ ନହେଉ

ଯୋଜନା ପଣ୍ଡ ନ ହେଉ

ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିବାରେ ।।



Rate this content
Log in

Similar oriya poem from Inspirational