ଜୀବନର ଶେଷ ତୀର୍ଥ ଗାଁ ମଶାଣି
ଜୀବନର ଶେଷ ତୀର୍ଥ ଗାଁ ମଶାଣି


ଜୀବନର ଶେଷ ତୀର୍ଥ ଗାଁର ମଶାଣି.
ସଙ୍ଗେ ଥିବ ହରିନାମ ଜୀବନ କାହାଣୀ.
କେତେ ଯେ ପାପ, କେତେ ଯେ ପୁଣ୍ୟ.
ମିଶାଣ ଫେଡ଼ାଣ ଆଉ ଗୁଣନରେ ଗୁଣି. l0l
କାଳିଆରେ ସେହି ତୀର୍ଥ ଭଗ୍ୟେ ଆଉ ନାହିଁ.
ସାହି ଭାଇ କାନ୍ଧରେ ତ ଶବ ଯାଉ ନାହିଁ.
ନାହିଁ ତ ରାମ, ନାହିଁ ତ ହରି.
କେଉଁ ନାମ ତୋର ଆଉ ଦାଣ୍ଡରେ ଶୁଭୁନି. l1l
ଅହ୍ୟ ସଜ ହେଉନାହିଁ ସଧବା ଶରୀର.
ଖଇ କଉଡ଼ି ପଡୁନି ଏହି କି ବିଚାର.
ନାହିଁ କୋକେଇ, ନାହିଁ ତ ଭାଇ.
ବନ୍ଧୁ ପରିଜନ ନାହିଁ ଶବ କେ ଦେଖେନି. l2l
ଅଛୁଆଁ, ଅସ୍ପୃଶ୍ୟ ବୋଲି ସଭିଏଁ କୁହନ୍ତି.
ନରକର କୀଟ ସମ ଘୃଣା ତ କରନ୍ତି.
ହୁଅ ତୁ ସାହା, ହେ ଚଉବାହା.
ଅମୃତ ସନ୍ତାନ ଡାକ ତୋତେ କି ଶୁଭୁନି. l3l