Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

3.5  

Sukadev Mahanta

Abstract Inspirational

ଜୀବନର ପଥେ

ଜୀବନର ପଥେ

1 min
169



ଧନୀ ହେଉ ଅବା      ମଧ୍ୟବିତ୍ତ ସିଏ


         ଗରିବ ଦାଣ୍ଡ ଭିକାରୀ


ମୃତ୍ୟୁର ଆଗରେ      ସଭିଏଁ ସମାନ


         କେହି ଯାଏ ନାହିଁ ତରି ।।


କେହି ଏଠୁ କିଛି      ନେଇ ଯାଏ ନାହି 

     

      ମିଛେ ଭାବେ ମୋର ମୋର 


ଆସିଛି ଏକା ସେ        ଚାଲିଯିବ ଏକା

       

         ଛାଡିଯିବ  ଯଶ ତାର ।।


ଯେତେ କହିଲେ ବି     ମୋର ମୋର ବୋଲି


        ମୃତ୍ୟୁପରେ ସବୁ ପର


 ମିଛ ମାୟା ଭରା      ଅଳିକ ଜୀବନେ

       

       ବିଭୁନାମ ଏକା ସାର ।।


ବୁନ୍ଦାଏ ଜଳରୁ      ଜୀବନର ସୃଷ୍ଟି  

    

       ମୁଠେ ପାଉଁଶେ ତା ଶେଷ


ଆଶା ମରିଚିକା    ପଛେ ଧାଇଁ ଧାଇଁ

      

       ମିଳେ ଖାଲି ଅବଶୋଷ ।।


ସ୍ତ୍ରୀ ଯାଏ ସାଥେ       ଦାଣ୍ଡ ଦ୍ବାର ଯାଏ

      

           ବାହୁନି ବାହୁନି କାନ୍ଦି


ପ୍ରିୟ ପରିଜନ       ମଶାଣି ପର୍ଯ୍ୟନ୍ତ

         

            ଯା'ନ୍ତି  ମମତାରେ ବାନ୍ଧି ||


ପୁତ୍ର ପାଶେଥାଏ        ମୁଖାଗ୍ନି   ପର୍ଯ୍ୟନ୍ତ

      

           ତାପରେ  ସେ ବହୁ ଦୂର


ଦଶଦିନ ଧରି       ଶୋକ ପାଳେ ସିଏ

        

            ତାପରେ ସେ ସାତପର ||


ମୋର ମୋର ବୋଲି         ଯାହାକୁ ବିଚାର

  

                କରୁଥାଏ ମୂଢ ନର


ସେ ସବୁରୁ କେହି          ସାଥେ ଯାଏ ନାହିଁ


          ରହିଯା'ନ୍ତି ହୋଇ ପର||


ପାଇଲି କେତେ ମୁଁ      ହରାଇଲି କେତେ

        

           କରି ସର୍ବଦା ବିଚାର


ତେଜି କାମ କ୍ରୋଧ   ନିଜ ଆଚରଣେ

      

      ଆଣିବା ସଦା ସୁଧାର ।।


ହାରିଲି ମୁଁ କେତେ    ଜିତିଲି ମୁଁ କେତେ

  

     ଲୋଡା ନାହିଁ ହିସାବର


କେତେ ଭଲ କର୍ମ      କରିବାକୁ ହବ

       

       ଲୋଡା ହିସାବ ତାହାର ।।


କେତେ ସୁଖ ଅବା     ଦୁଃଖ ଭୋଗ କଲି

 

     ତା ହିସାବ ଲୋଡା ନାହିଁ


ଆଜି ଆସିଥିବା    ଦୁଃଖ କି ବିପଦ

   

    କାଲିକି ରହିବ ନାହିଁ ।।


ଜୀବନ ମୁଦ୍ରାର      ଦୁଇ ପାର୍ଶ୍ବେ ରହି

    

     ଦୁଃଖ ସୁଖ ଦୁଇ ଭାଇ


ସମୟ ହାତର    କ୍ରୀଡନକ ହୋଇ

    

   ଆସୁଥାଇ ଯାଉଥାଇ ।।

    

ଜୀବନ ନଈର      ଆରମ୍ଭ ଜନମେ


     ମରଣରେ ତାର ଶେଷ  


ଅଙ୍କା ବଙ୍କା ହୋଇ    ଯାଇଥାଏ ବହି

    

    ଲଙ୍ଘି ଦୁଃଖ ଅବଶୋଷ ।।


ଜୀବନ ପଥରେ   ସଫଳତା ଆସେ


     ବିଫଳତା ପରେ ଭାଇ


ବିଫଳତା ଦେଖି   ଅଥୟ ନହୋଇ


    କର୍ମ କରିଚାଲ ଭାଇ ।।


କର୍ମରେ ତୁମର   ଅଛି ଅଧିକାର


   ଫଳେ ଅଧିକାର ନାହିଁ

 

ସକଳ  କର୍ମର    ଉପଯୁକ୍ତ ଫଳ


   ଅବଶ୍ୟ  ମିଳିବ ଭାଇ ।।


ଧନ ଯଉବନ      ଅର୍ଥ ବାହୁବଳ

       

      ଅଢେଇ ଦିନର ଭାଇ


ଆଜି ଯିଏ ରାଜା   କାଲି ସେ ଫକୀର


      ତିଳେହେଲେ ମିଛ ନାହିଁ ।।


ମିଛରେ ଦାମ୍ଭିକ     ଭାବେ ହାତେ ଧରି

     

      ଅନ୍ୟ ଜନ ଭାଗ୍ୟ ଡୋରୀ


ନିଜ ଭାଗ୍ୟ ଡୋରୀ     କାଳ ଯମ ହାତେ

     

       ଦିଅଇ ଭ୍ରମେ ପାଶୋରି ।।


ନିଜ ବାହୁ ବଳେ   କରି ଅହଂକାର


      ଧରାକୁ ମଣଇ ସରା


ମୃତ୍ୟୁର ନିକଟେ    ଯେତେ ବାହୁବଳୀ


    ଅସହାୟ ହୁଏ ପରା ।।


ଜନମ ହୋଇବା      ସତ୍ୟ ଅଟେ ଯଦି


     ମରଣ ବି ଧ୍ରୁବ ସତ୍ୟ


 ଯଶ କୀର୍ତ୍ତିମାନ     ଅମର ରହିବ

    

       ଅକ୍ଷୟ ରହିବା ସତ୍ୟ ।।     

      

     

ଧନ ଦଉଲତ       ଯିବ ନାହିଁ ସାଥେ


       ଯିବନି ତୁମ ଶରୀର


ଧର୍ମ ଏକା ଜାଣ      ମହତ ପଣିଆଁ

     

       ତାହାକୁ ନିତି ଆଚର ।।



ସତ୍ କର୍ମ ଚିନ୍ତା    ରଖିଥିବ ମନେ


     ଜୀଇଁଥିବ ଯେତେ ଦିନ


ସତ କହିବାକୁ      ଡରିବନି କେବେ


     ସତ୍ ପଥେ ଦିଅ ମନ ।।


ସତ କହି ଯଦି      ମିଳୁଥାଏ ଫାଶୀ


     ବରିନିଅ ସେହି ଫାଶୀ


ଧର୍ମ ଦାଣ୍ଡେ ତୁମେ   ପାଇବ ସମ୍ମାନ


    ହେବନାହିଁ କେବେ ଦୋଷୀ ।


ଧନ ଯଉବନେ        ମତ୍ତ ହୋଇ ନର

      

       କଲେ ଯେତେ ଅହଂକାର


ଅଢେଇ ଦିନର       ଏହି ଭୋଗ୍ୟ ବସ୍ତୁ 

       

       ନୁହେଁ ଚିରସାଥି କା'ର।।


ସତ୍ୟ ଧର୍ମ ନ୍ୟାୟ    ମୈତ୍ରୀ ପ୍ରୀତି ଶାନ୍ତି

     

       ଦୟା କ୍ଷମା ଅହିଂସାର


ବଚନେ କର୍ମରେ     ସର୍ବଦା ପ୍ରୟୋଗ

     

         କର ପଥେ ଜୀବନର ।।


ସକଳ କାମନା      ପରିତ୍ୟାଗ କରି


      ସେବା କର ମାନବର


ମାନବ ସେବା ହିଁ      ମାଧବଙ୍କ ସେବା

      

         କରି  ବ୍ରତ ଜୀବନର ।।

 

        

        

        


          




Rate this content
Log in

Similar oriya poem from Abstract