STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଜୀବନର ପଦଟିକା

ଜୀବନର ପଦଟିକା

1 min
167



ଏ ଜୀବନ କେବେ ସୁଖ ସମ୍ପଦର 

ଖୁସି ଆନନ୍ଦରେ ଭରା 

କେବେ ପୁଣି ବନ୍ଧୁ ନିରାଶା ବୁକୁରେ 

ହୋଇଯାଏ ଦିଗହରା ll

କେବେ ଏ ଜୀବନ କାହାପାଇଁ ବନ୍ଧୁ 

ଅଯାଚିତ ସୁଖ ବର 

କାହାପାଇଁ ପୁଣି ଅଭିଶପ୍ତମୟ 

ଯାତନାର ଆହାକାର ll

କେବେ ଏ ଜୀବନ ପ୍ରେମ ପୁଲକର 

ସ୍ବପ୍ନର ବଣିକଟିଏ 

କେବେ ପୁଣି ବନ୍ଧୁ ଅଖୋଜା ଅଲୋଡ଼ା 

ବୁଝନ୍ତିନି ତାକୁ କିଏ ll

କେବେ ଏ ଜୀବନ ଭରସାର ଶୂନ୍ୟ 

ଅସହାୟ ଏକା ଏକା 

ଆହା ବୋଲି ପଦେ କହିବାକୁ ଏଠି 

ନଥାଏ କାହାର ଦେଖା ll

ଆଶାର ଦୁନିଆ ବେଳେବେଳେ ଏଠି 

ନିରାଶାରେ ଯାଏ ଭରି 

>ଦାରୁଣ ଦୁଃଖରେ ଜଳି ଜଳି ସାରା 

ଜୀବନଟା ଯାଏ ସରି ll

ଭୋକ ବେଳେବେଳେ ଯନ୍ତ୍ରଣା ଜ୍ୱାଳାରେ

ହୋଇଯାଏ ଅନ୍ତର୍ଧ୍ୟାନ 

ଜୀବନ ଯେଉଁଠି ଜିଇଁବାକୁ ଚାହେଁ 

ଭାଗ୍ୟ ଦିଏ ମୃତ୍ୟୁ ଦାନ ll

ନିଜ ଚାହିଁବାରେ ପାଇବା ହୁଏନି 

ମିଳେନାହିଁ କିନ୍ତୁ ତାହା 

ତାହା ତ ମିଳଇ ଜୀବନ ଥାଳରେ 

ପାଇବାର ଅଛି ଯାହା ll

ବେଳେବେଳେ ଏଠି ଜୀବନଟା ବନ୍ଧୁ 

ଚକ୍ରାନ୍ତରେ ଯାଏ ଫସି 

ଆପଣାର ଲୋକ ବଇରୀ ସାଜଇ 

ବିଶ୍ୱାସ ଲଗାଏ ଫାଶୀ ll

ସବୁଥାଇ ପୁଣି କିଛି ତ ନଥାଏ 

ଜୀବନଟା ଏକା ଏକା ll

ଅଛିଣ୍ଡା ଗଣିତ ଅଟେ ବନ୍ଧୁ ଏଇ 

ଜୀବନର ପଦଟିକା ll



Rate this content
Log in

Similar oriya poem from Tragedy