Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଜୀବନର ନଦୀ ତୀରେ

ଜୀବନର ନଦୀ ତୀରେ

1 min
193


ଜୀବନର ନଦୀ ତୀରେ

ସକାଳରୁ ସଞ୍ଜ ଯାଏ

କେବେ ନଦୀର କୂଳରେ

ପୁଣି ବାଲି ଗାଲିଚାରେ l


ଚାଲିବାକୁ ହୁଏ

ଜୀବନର ନଦୀ ତୀରେ

କେବେ ଆନନ୍ଦ ମନରେ

ସୁଲୁ ସୁଲୁ ପବନରେ l


କେବେ ଝାଂଜିର ଖରାରେ

ଡହ ଡହ ସେ ବାଲିରେ 

ଚାଲିବାକୁ ହୁଏ

ଜୀବନର ନଦୀ ତୀରେ ।


ବାଲି ମୁଠା ସେତ ବନ୍ଧୁ 

ଝରେ ହାତୁ ପ୍ରତି କ୍ଷଣେ

କହେ ବାଲି ତୁନି କାନେ

ସରେ ଆୟୁ କ୍ଷଣେ କ୍ଷଣେ l


ନାଚିଯା ତୁ ଏବେ ହସି 

ମୋହରି ରେଣୁ ବକ୍ଷରେ

କାଲିକୁ କିଏ ଦେଖିଛି

ଏବେ ନାଚଯା ଝୁମିରେ l


ଦେଖ ଥରେ ମୋତେ ତୁହି

ସ୍ଥିର ତୋହରି ଚିତରେ

କେତେ ଜୀବ ଜନ୍ତୁ ଛନ୍ତି

ପୁଅ ମୋହରି ଗର୍ଭରେ l


Rate this content
Log in

Similar oriya poem from Inspirational