Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଜୀବନର ନଦୀ ତୀରେ

ଜୀବନର ନଦୀ ତୀରେ

1 min
194



ଜୀବନର ନଦୀ ତୀରେ

ସକାଳରୁ ସଞ୍ଜ ଯାଏ l

କେବେ ନଦୀର କୂଳରେ

ପୁଣି ବାଲି ଗାଲିଚାରେ ll 


ଚାଲିବାକୁ ହୁଏ

ଜୀବନର ନଦୀ ତୀରେ...


କେବେ ଆନନ୍ଦ ମନରେ

ସୁଲୁ ସୁଲୁ ପବନରେ l

କେବେ ଝାଞ୍ଜିର ଖରାରେ

ଡହ ଡହ ସେ ବାଲିରେ ll


ଚାଲିବାକୁ ହୁଏ

ଜୀବନର ନଦୀ ତୀରେ...


ବାଲି ମୁଠା ସେତ ବନ୍ଧୁ 

ଝରେ ହାତୁ ପ୍ରତି କ୍ଷଣେ l

କହେ ବାଲି ତୁନି କାନେ

ସରେ ଆୟୁ କ୍ଷଣେ କ୍ଷଣେ ll


ନାଚିଯା ତୁ ଏବେ ହସି 

ମୋହରି ରେଣୁ ବକ୍ଷରେ l

କାଲିକୁ କିଏ ଦେଖିଛି

ଏବେ ନାଚଯା ଝୁମିରେ ll 


ଚାଲିବାକୁ ହୁଏ

ଜୀବନର ନଦୀତୀରେ...


ଦେଖ ଥରେ ମୋତେ ତୁହି

ସ୍ଥିର ତୋହରି ଚିତରେ l

କେତେ ଜୀବ ଜନ୍ତୁ ଛନ୍ତି

ପୁଅ ମୋହରି ଗର୍ଭରେ ll


ଚାଲିବାକୁ ହୁଏ

ଜୀବନର ନଦୀ ତୀରେ...




Rate this content
Log in

Similar oriya poem from Inspirational