Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Panda

Abstract

5.0  

Bijaya Panda

Abstract

ଜୀବନର ମଝି ରାସ୍ତାରେ ବାଟୋଇ

ଜୀବନର ମଝି ରାସ୍ତାରେ ବାଟୋଇ

1 min
146


ନଈ ସେପାଖେ ଜୀବନ

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଏପାଖେ ଜୀବନ କଇଁ କଇଁ କରି

ମୁହଁ ଲୁଚେଇ କି କାନ୍ଦୁଛି ।


ଅସ୍ତରଙ୍ଗ ଭାନୁ ଲେଉଟାଣି ବେଳେ

ହାତ ଠାରି ଧିରେ ଡାକଇ

ଦୋଛକିରେ ସ୍ଥାଣୁ ଅଲୋଡ଼ା ଜୀବନ

ନିଜ ଛାଇକୁ ବି ଡରଇ ।


ଅବଶୋଷର ବହ୍ନି

ଜଳୁଛି ହୁତ ହୁତ ହୋଇ

ନା ପଛକୁ ଫେରିବାକୁ

ଦେଉଛି ସମୟ

ନା ଆଗକୁ ଯିବାକୁ ଦେଉଛି

ଏ ସମାଜ,

ଦୋଛକି ରେ ଏ ଜୀବନ..

ଲୁଚକାଳି ଖେଳେ ଲୁହ

ଛାତିରେ ଛାତିଏ କୋହ ।



Rate this content
Log in