Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3.2  

Bijay Prusty

Romance

ଜୀବନର ଜଳଛବି

ଜୀବନର ଜଳଛବି

1 min
197



ଫୁଲରେ ଫୁଲରେ ଜହ୍ନ ଢାଳୁଛି

ଜ୍ୟୋତ୍ସ୍ନାରେ ଭିଜା ପ୍ରୀତି

ସେପାଇଁ ଲୋ ସଖୀ ହୃଦୟରୁ ମୋର

ହଜିଛି ଅନ୍ଧାର ରାତି I

ମନତଳେ ମୋର ସପନ ସଜାଇ

ଆସୁଛୁ ତୁ ଚାଲି ଚାଲି

ଲୁହରେ କିମ୍ପାଇଁ ଭିଜାଉଛୁ ଆଖି

କହିଦେ' ଥରେ ଖୋଲି I

ତୋ ପ୍ରେମ କେତେ ଲୋ ସରସ ସୁନ୍ଦର

ପବିତ୍ର ମନଟି ତୋର

ସେପାଇଁ ଲୋ ସଖୀ ତୋ' ରଙ୍ଗେ ନିଜକୁ

ରଙ୍ଗାଏ ମୁଁ ବାରମ୍ବାର I

ଜୀବନର ପଥେ ମଧୁଶାଳା ତୁ' ଲୋ

ମୁଁ ଶୋଷେ ଅଧିର ପ୍ରାଣ

ଫୁଲରେ ଫୁଲରେ ସେଥିପାଇଁ ପରା

ଲେଖିଛି ମୁଁ ତୋ'ର ନାମ I

ଝୁମିଯାଏ ଯେବେ ତୋ ପ୍ରେମରେ ମନ

ମୋ ଦୁନିଆ ଯାଏ ଝୁମି

ତୋପାଇଁ ପରା ଲୋ ଦୁନିଆ ଦାଣ୍ଡରେ

ମୁଁ ଏକ ପାଗଳ ପ୍ରେମୀ I

ଆଖି ପାଉନାହିଁ କାହିଁ କେତେଦୂରେ

ଜୀବନର ରୂପକଳ୍ପ

ସଞ୍ଜ ନଇଁଲାଣି ଦିନର ଆଲୁଅ

ଲିଭିଆସେ ଅଳ୍ପ ଅଳ୍ପ I

       


Rate this content
Log in

Similar oriya poem from Romance