Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Hota

Tragedy

4  

Kalyani Hota

Tragedy

ଜୀବନର ଅନ୍ୟ ନାମ ଯନ୍ତ୍ରଣା

ଜୀବନର ଅନ୍ୟ ନାମ ଯନ୍ତ୍ରଣା

1 min
384



ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା....

କେବେ ଉତ୍ଥାନ ତ କେବେ ପତନ

କେବେ ଦୁଃଖ ତ କେବେ ସୁଖ

ପୁଣି କେବେ ଶାନ୍ତ ଗମ୍ଭୀର

ତ କେବେ ଅଶାନ୍ତ ସମୁଦ୍ର

ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା.....l

ସାଗର ଲହଡ଼ି ଯେପରି

ଆଶା ଓ ଆକାଂକ୍ଷା ନେଇ

ପିଟି ହୋଇଥାଏ ବେଳାଭୂମି ରେ

ଠିକ୍ ସେହିପରି,ଜୀବନ ଟା

ବାରମ୍ବାର ଦୈାଡି ଥାଏ

ମିଥ୍ୟା ମରୀଚିକା ସୁଖ ପଛ ରେ

ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା......l

ଏଇ ଜୀବନ ଟା ଯନ୍ତ୍ରଣା ରେ

ଜିଉଁ ଥାଏ, ଦାଗ କୁ ଲିଭାଉଥାଏ

ସମୟ କୁ ସାମ୍ନା କରୁଥାଏ

ଭାଙ୍ଗି ଗଲେ ଯୋଡୁଥାଏ,

ଧୋଇଗଲେ ଗଢୁଥାଏ

ଜନ୍ମ ରୁ ମୃତ୍ୟୁ ଯାଏଁ

ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା......l

ଜୀବନ ଟା ଆହୁଲାହୀନ

ଏକ ଟଳମଳ ନୈାକା

ର ପଥଭ୍ରାନ୍ତ ଯାତ୍ରୀ

ଦିଗହରା, ଲକ୍ଷ୍ୟ ହରା

ହୋଇ ଘୂରି ବୁଲୁଛି

ଖେଳି ଚକା ଭଉଁରୀ

ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା.....l

ମୃତ୍ୟୁ ଅଟେ ଜୀବନ ର

ଧ୍ରୁବ ଚିରନ୍ତନ ସତ୍ୟ

ଏ ନୁହେଁ ଅନ୍ୟଥା

ନୁହେଁ ଏ ଅସତ୍ୟ

ଜୀବନ ଟା କିଛି ନୁହେଁ

ଯନ୍ତ୍ରଣା ହିଁ ଯନ୍ତ୍ରଣା.....ll

       


Rate this content
Log in

Similar oriya poem from Tragedy