ଜୀବନ
ଜୀବନ
ପଙ୍କଜିନୀ ଉପାଧ୍ଯାୟ {ମିତା}
ଅରଙ୍ଗାବାଦ
..............
ଜୀବନ ଯେଉଁଠି ଯନ୍ତ୍ରଣା ସେଇଠି
ନୁହେଁ ମହଲ ତାଜର
ଖାଇ ପିଇ ଶୋଇ କଟାଇବୁ ଦିନ
ନୁହଁଇ ପ୍ରଗତି ତୋର।
ନୁହେଁ ଖାଲି ଆଶା ଆଉ ଆକାଙ୍କ୍ଷାର
ସପନର ସୌଦାଗର
ବିଚାର କରିବ ପାପ ଓ ପୂଣ୍ଯର
କର୍ମେ ହୋଇ ତ ତତ୍ପର।
ଭୋଗ ଆଉ ଭୋଗବାଦୀ ଜୀବନର
ଝରଝର ମଧୁଝର
ବିଳାସିତା ମନ ବିଳପିତ ସ୍ବପ୍ନ
ଜୀବନର ଶେଷ ସ୍ବର।
ନୁହେଁ କାଚଘର କିବା ନଦୀଝର
ସୁନ୍ଦର ବାଲୁକା ସ୍ତର
ଭୋଗବାଦୀ ଜନ ଦୁନିଆର ସ୍ବର
ସପନର ଯାଦୁଗର।
ଲୁହର ଶ୍ରାବଣ ନୁହଁଇ ଜୀବନ
ଦୁଃଖୀଜନ ଦୁଃଖଭାର
ସ୍ବେଚ୍ଛାଚାରର ଏକ ବିକୃତ ରୂପ
ସ୍ବାର୍ଥସର୍ବସ୍ବ ମନର।
ସହଜ ଲବଧ ନୁହେଁ ଏ ଜୀବନ
ତ୍ଯାଗ ବିନା ଫଳ ତାର
କର୍ମ ଜ୍ଞାନ ଭକ୍ତି ତ୍ରବେଣୀ ସଙ୍ଗମ
ଜୀବନର ଉପହାର।
ଜୀବନକୁ ନେଇ ଜୀଇବା ସାନସ
ପବିତ୍ର ଗଙ୍ଗାର ଝର
ସଙ୍ଘର୍ଷର ସାଥେ ମିତ ବାନ୍ଧିଦେବା
ସବୁ ଜୀବନର ସ୍ବର।
ସକାଳ ସମୟ ଜୀବନର ଗାଥା
ମମତାର ମଧୁଝର
ସବୁରି ଜୀବନେ ଜୀଇବାର ନିଶା
ହେଉ ତ ପ୍ରବଳତ୍ତର।