ଜୀବନ
ଜୀବନ
ଏଇତ ଜୀବନ ନୁହଁଇ ଅମର
ପାଇଯିବ ଦିନେ ଲୋପ
ଛାଡ଼ିଦେବା ସର୍ବ ମିଥ୍ୟା ଅହଙ୍କାର
ନ କରିବା ଆଉ ପାପ ।
ଜୀବନ ଅଟଇ ପାଣିର ଫଟୋକା
ଫଟୋକିଲେ ଶେଷ ଖେଳ
ଯେତେ ଦିନ ଯାଏଁ ରହିଛି ଜୀବନ
କରନା ଜମାବି ଛଳ ।
ଜୀବନ ଜିଇଛେଁ ଏନ୍ତୁଡ଼ିଶାଳରୁ
ଜନମି ମାତୃ ଗର୍ଭରୁ
ଲିଭିବ ଦିନେ ଛଅ ଖଣ୍ଡ କାଠରେ
ମଶାଣି ନିଆଁ ଜୁଇରୁ ।
ଏ ଜୀବନ ପରା ଅଟଇ ଶ୍ରେଷ୍ଠ
ବୋଲନ୍ତି ସର୍ବ ମଣିଷ
କରିବା ଯଦିଚ ସୁକର୍ମ ସତତ
ବୈକୁଣ୍ଠରେ ହେବ ବାସ ।