Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

NIBEDITA MOHAPATRA

Others

3  

NIBEDITA MOHAPATRA

Others

ଜୀବନ

ଜୀବନ

1 min
199



ଏପାଖେ ଏନ୍ତୁଡ଼ି ସେପାଖେ ଜଳାଇ ଜୁଇ

ମଝିରେ ଖେଳେ ଜୀବନ ମାୟା ସାଥେ ନେଇ

କେବେ ପୁଷ୍ପେ ସଜ୍ଜିତ ପଥ ଏଠି ମିଳଇ

ପୁଣି କେବେ କଣ୍ଟାକିତ ପଥ ଦିଶୁଥାଇ।


ମରୁଭୂମି ମରିଚିକା ସମ ଦୃଶ୍ୟମାନ

ପ୍ରାଣରେ ଭରି ଦିଅ‌ଇ ମଧୁର ସ୍ପନ୍ଦନ

କେବେ ସଂଚରିତ କରି ଜଡରେ ଚେତନ

ଆନନ୍ଦରେ କରିଦିଏ ସଭିଙ୍କୁ ତଲ୍ଲୀନ।


କିଛି କଥା କିଛି ବ୍ୟଥା ମାନ ଅଭିମାନ

କିଛି ସୁଖ କିଛି ଦୁଃଖରେ ଭରା ସପନ

ଏସବୁ ବିନା ଲାଗେ ସଂସାର ମୂଲ୍ୟହୀନ

କଷ୍ଟ ହୁଅଇ ବଞ୍ଚିବା ହୋଇ ରୁଚିହୀନ।


ଜୀବନ ଅଟ‌ଇ ଯେ ଛନ୍ଦବଦ୍ଧ କବିତା

ଭରିଛି ତା' ମଧ୍ୟେ ଅସରନ୍ତି ଅଭିଜ୍ଞତା।


Rate this content
Log in