Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

ଜୀବନ

ଜୀବନ

1 min
254


ଜୀବନର ସେହି ଅଙ୍କା, ବଙ୍କା ରାସ୍ତାରେ

ନୀତି ଚାଲୁଥାଏ ମୁଁ,

କାଳେ କଉଠି ମୋ ଜୀବନ ସାଥୀକୁ

ପାଇଯିବି ମୁଁ l


ନୀତି ଦେଖୁଥାଏ ତାହାରି ସ୍ୱପ୍ନ

କାଳେ ଦେଖାହେବ,

ସେହି ରାଜକୁମାରୀ ସୁନ୍ଦରୀ ପରୀ

ମୋ ପାଖକୁ ଆସିବ l


ପାଖେ ବସି ମନର ମୟୂରୀ

କଥା କହୁଥିବ,

ଅଧା ଅଧୁରା ଜୀବନରେ ମୋ 

ହସ ଭରିଦେବ l


ହସି ହସି ପାଖେ ବସି ମୋର

ମତେ ଦେଖୁଥିବ,

ଗୋରା ଚେହେରା ନୀଳ ନୟନୀ

ଦେଖି ଚାହୁଁଥିବ l


ଚାହାଣୀରେ ତାର ମୋ ପାଇ

ପ୍ରେମ ଭରିଥିବ,

ଏହି ଅଙ୍କାବଙ୍କା ଜୀବନ ରାସ୍ତାରେ 

ଖୁସି ଭରିଦେବ l


ନୀତି ଚାଲୁଛି ଜୀବନ ରାସ୍ତାରେ

କାଳେ ଦେଖା ହୋଇଯିବ,

ମନ ମୟୂରୀ ମୋ ସ୍ୱପ୍ନ ସୁନ୍ଦରୀ

ଜୀବନ ସାଥି ହେବ l


Rate this content
Log in