Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Others

4.0  

ଅକ୍ଷୟ କୁମାର ବେହେରା

Others

ଜୟ ମା' ହିଙ୍ଗୁଳା

ଜୟ ମା' ହିଙ୍ଗୁଳା

1 min
281



ଜୟ ମାଆ ହିଙ୍ଗୁଳା

କବିଶ୍ରୀ ଅକ୍ଷୟ କୁମାର ବେହେରା


ବ୍ରହ୍ମାଗ୍ନି ରୂପିଣୀ ଭଗବତୀ ମାତା

କଲ୍ୟାଣମୟୀ ହିଙ୍ଗୁଳା,

ବଡ ପୂଜା ପାଇଁ ମାଆଙ୍କର ପୀଠେ

ଲାଗଇ ବିରାଟ ମେଳା ।


ଆସନ୍ତି ଭକତ କେତେ ଆଡୁ ସବୁ

ଦର୍ଶନେ ମା'ଙ୍କ ନିକଟ,

ମୟୂରଭଞ୍ଜର ବଡସାହି ଠାରୁ

ବେଶି ନୁହେଁ ଅଳ୍ପ ବାଟ ।


ସୁହାଗପୁର ଗ୍ରାମ ଶାଳ ବନରେ

ରହିଛି ମାଆଙ୍କ ପୀଠ,

ମା' ହିଙ୍ଗୁଳା ନାମେ ସାରା ଅଞ୍ଚଳରେ

ହେଉଛି ନାମ ବିଖ୍ୟାତ ।


ପ୍ରତ୍ୟେକ ବରଷ ଅଗ୍ନ୍ୟୁତ୍ସବ ପରେ

ମଙ୍ଗଳ, କି ଶନିବାର

ମାଆଙ୍କର ବଡପୂଜା ହୋଇଥାଏ

ରହିଛି ଏହି ବିଚାର ।


ଭକ୍ତଙ୍କର ଆଶା ପୂରଣ କରନ୍ତି

ଡୋରି ବାନ୍ଧି ମନାସିଲେ,

ଦୁଃଖ ଦୂରହୁଏ ଅଗ୍ନି ଭୟ ଯାଏ

ଦିନ ବିତେ ଅତି ଭଲେ ।


ମାନସିକ ପୂଜା ସାମଗ୍ରୀ ଦିଅନ୍ତି

ଅଗନି ଉତ୍ସର କୁଣ୍ଡେ,

ସବୁଠୁ ଅମୃତ ମାଆଙ୍କ ପ୍ରସାଦ

ବାଜିଲେ ଭକତ ତୁଣ୍ଡେ ।


ଯାହା ଜାଣିଥିଲି ସକ୍ଷେପେ ବର୍ଣିଲି

ଦୋଷ ଧରିବନି ମୋର,

ମାଆଙ୍କ ପୟରେ ଅଧମ ଅକ୍ଷୟ

କରଇ କୋଟି ଜୁହାର ।


କେନ୍ଦୁଡିହା ବଡସାହି ମୟୂରଭଞ୍ଜ

ଭ୍ରାମ୍ୟଭାଷ:-୯୩୪୮୮୧୯୯୧୭


Rate this content
Log in