ଜୀବନ ଯାତ୍ରା
ଜୀବନ ଯାତ୍ରା
ଜୀବନ ଦେଇଛ ଜ୍ଞାନ ଦେଲ ନାହିଁ
କି ହୋଇବ ମୋର କାଲି,
ଜୀବନ ଯାତ୍ରାର ଅପୂର୍ବ ସନ୍ଦେଶେ
କି ଘଟିବ ମୋର କାଲି।
କାଲି ମୁହିଁ ପ୍ରାଣେ ରହିବିକି ନାହିଁ
ସେ ଜ୍ଞାନ ତ ଦେଲ ନାହିଁ
କରୋନା ପ୍ରକୋପ ଅତି ହିଁ ଘାତକ
ନୂଆ କଥା ଶୁଣେ ମୁହିଁ।
କୁଟୁମ୍ବ ମରନ୍ତି ବନ୍ଧୁ ମରୁଛନ୍ତି
ଅସମୟେ ଯାଏ ପ୍ରାଣ
ଯୁଧିଷ୍ଠି ସାମଲ ତିନି ଝିଅ ଛାଡି
ସ୍ବର୍ଗ ଲୋକେ ଗଲା ଜାଣ।
ହେମନ୍ତ ସ୍ବାହିଁ ସେ ସରକାରୀ ଶିକ୍ଷକ
ସମ୍ମାନିତ ବ୍ୟକ୍ତି ଜାଣ
ଦୁଇଟି ସନ୍ତାନ ପତ୍ନୀ ଛାଡି ଏଠୁ
ଚାଲି ଗଲେ ତ ଚରଣ।
କରୋନାର ରୋଗ ଭୟଭୀତ କରେ
କେବଳ ଭରସା ତୁହି
ତହ ବିନୁ ଗତି ନାହିଁ ଟି କାହାର
ଲୀଳା ଦେଖୁ ଥାଉ ତୁହି।
ସବୁ ଦେଇ ଅଛୁ ଜ୍ଞାନ ଦେଲୁ ନାହିଁ
ଛାଡି ଅଛୁ କର୍ମ ପଥେ
କର୍ମ କରୁ ଅଛି ନିସ୍ବାର୍ଥ ସେବାରେ
ରହି ଅଛି ଧର୍ମ ପଥେ।
ସତ୍ୟମାର୍ଗ ସଦା ରଖିଛି ଜୀବନେ
ହଟି ନାହିଁ ତିଳେ ତହୁଁ
ତୋହରି ଚରଣେ ଭକ୍ତି ରଖି ଅଛି
ଛାଡି ନାହିଁ ତିଳେ ତହୁଁ।
ସବୁ କଥା ତୁହି ଜାଣୁରେ କାଳିଆ
ନ ଜାଣନ୍ତି ଆଉ କେହି
ସବୁ ଲେଖି ଅଛୁ ସମସ୍ତ ଭାଗ୍ୟରେ
ନ ବୁଝନ୍ତି ଆଉ କେହି।
କପାଳ ଲିଖନ ନ ହୋଇବ ଆନ
ତୋହରି ଲିଖନ ସେହି
କେଉଁ ଭକ୍ତି କଲେ ସେ ଜ୍ଞାନ ପାଇବି
ଯୋଡି ଦିଅ ହୄଦେ ସେହି।।