Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ambuja Mohanty

Action Inspirational Others

3  

Ambuja Mohanty

Action Inspirational Others

ଜୀବନ ତୁମ ବିନା ମଧ୍ୟ ଚାଲଇ

ଜୀବନ ତୁମ ବିନା ମଧ୍ୟ ଚାଲଇ

1 min
184



ଜୀବନେ ମିଳନ୍ତି କିଛି ଲୋକ ସତରେ

ଠିକ୍ ଅଦିନିଆ ମେଘ ପରି

ବର୍ଷେଇ ଦିଅନ୍ତି ସ୍ନେହର ଯେ ସମ୍ଭାର

ବର୍ଷାର ପ୍ରତ୍ୟେକ ବୁନ୍ଦା ପରି


ହେଲେ କେଜାଣି ଭିଜେ ନାହିଁ ମନ ମୋର 

କାରଣ ମରୀଚିକା ଅଟେ ସେହି

ଖାଲି ଜଳ ସମ ଦିଶେ ସତେଜ ପ୍ରଖର

କିନ୍ତୁ ଜଳହିଁ ସେଠାରେ ନଥାଇ


ତାଙ୍କର ଏହି ମରୀଚିକା ସମ ପ୍ରେମ 

ଖାଲି ସାର୍ବଜନେ ଦିଶୁଥାଇ

କିନ୍ତୁ ପ୍ରେମର ପ୍ରକୃତ ସ୍ପନ୍ଦନ ମିଳେନି

ଫମ୍ପା ମାଠିଆ ସମ ଶବ୍ଦ କରୁଥାଇ


ପ୍ରେମର ଆବିଳତା ଯେ ସଂପୂର୍ଣ୍ଣ ସିଦ୍ଧ

ଦରକାର ନଥାଏ ମୁଖା ମୁହଁରେ

କିନ୍ତୁ ବହୁ ରୂପୀ ଏଣ୍ଡୁଅ ସମ ମରୀଚିକା

ଚାହୁଁଥାଏ ତୁମ ଜୀବନ ମାନ ଦଣ୍ଡରେ


ଡିଣ୍ଡିମ ବଜେଇ ହୁଏନାହିଁ ପ୍ରେମ ସ୍ନେହ

ଯଦି ହୃଦରେ ଆବେଗ ନାହିଁ

କରନାହିଁ ମିଛ ଅଭିନୟ ଶ୍ରଦ୍ଧା,ସ୍ପନ୍ଦନର

ଜୀବନ ତୁମ ବିନା ମଧ୍ୟ ଚାଲଇ


ସମାପ୍ତ



Rate this content
Log in