Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kishore Nayak

Others

3  

Kishore Nayak

Others

ଜୀବନ ପୃଷ୍ଠାରୁ

ଜୀବନ ପୃଷ୍ଠାରୁ

1 min
122


ସୁଖ ଦୁଃଖ ଭରା     ଏ ଜୀବନ ପରା 

     ଟିକେ ହସ ଟିକେ ଲୁହ 

ଯାହା ଘଟିବାର     ଅଛି ଏ ଜୀବନେ 

    ରୋକି କେ ପାରିବ କୁହ? Ll


ଘଟଣା ପ୍ରବଣ      ଏ ଜୀବନ ପୃଷ୍ଠା 

     ଭାବନାର ଅନୁଗତ 

ମନ ମାନସରେ     ଭାସିଉଠେ କେତେ 

     କିଛି ମିଛ କିଛି ସତ ll


ସଂସାର ହାଟରେ     ଜୀବନ ବାଟରେ 

     କର୍ମର ଗୋଲକ ଧନ୍ଦା 

ଜୀବନ ନଉକା      ଚାଲେ ଏକା ଏକା 

    ଭାଗ୍ୟ ସାଥେ ହୋଇ ବନ୍ଧା ll


ସଂସାର ସାଗରେ     ଏ ଜୀବନ ତରୀ 

     ଧାଉଁଅଛି ଅବିରତ

ଭବ ସଙ୍କଟରେ     ପଡି ଯାଏ ଯେବେ 

     ପାଏ ନାହିଁ ଆଉ କାତ ll 


ମାଟିର କଣ୍ଢେଇ     ପରି ଏ ଜୀବନ 

     କେତେବେଳେ ଯିବ ତୁଟି 

ମାଟିର ଶରୀର     ମାଟିରେ ମିଶିବ 

     ସାହା ଏକା ଏଇ ମାଟି ll


ଏଇଠି ଜନମ     ଏଇଠି ମରଣ 

    ଏଇ ମାଟି ଶେଷ ସାକ୍ଷୀ 

ଏଇ ମାଟି ଦେଇ     ଅଦୃଶ୍ୟ ନିଳୟେ 

     ଉଡିଯିବ ପ୍ରାଣ ପକ୍ଷୀ ll



Rate this content
Log in