STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜୀବନ ପାତ୍ର

ଜୀବନ ପାତ୍ର

1 min
247



ଦୁଃଖୀଟିଏ ମୋତେ କରିଅଛ ପ୍ରଭୁ ନାହିଁ

ଦୁଃଖ ମୋର ତେଣୁ l

ତୁମ୍ଭ ପ୍ରସାଦରୁ ଦୁଃଖ ପାହାଡ଼କୁ ମଣିଥାଏ

ମୁହିଁ ରେଣୁ l

ଚଲା ପଥ ମୋର କୁସୁମିତ ସଦା ପାପ

ପଙ୍କୁ ଅଛି ଦୂରେ l

ଚାଲିବି ଚାଲିବି ଥକି ନ ପଡିବି ପିଛିଳତା

ଥୋଇ ଦୂରେ l

ସାଥେ ମୋ ଦେଇଛ ପିତା ମାତା ଭ୍ରାତା

ଭଗ୍ନୀ କନ୍ୟା ପୁତ୍ର ଜାୟା l

ଧନ ଜନ ଲୋଡ଼ା ନାହିଁ ମୋର ଯାହା

ତୁମ୍ଭେ ଦେଇ ଅଛ ତାହା l

ତୁମ୍ଭ ପ୍ରେମେ ସଦା ପ୍ରାଣ ପୁଲକିତ ସୁଖ

ଭୁଞ୍ଜେ ନିତି ନିତି l

ଜୀବନ ପାତ୍ର ମୋ ଭରିଛ ପ୍ରଭୁ ହେ

ବାନ୍ଧବେ ଦେଇଛ ପ୍ରୀତି l

କିଛି ଦେଲ ନାହିଁ ବୋଲି ମୁଁ ପ୍ରଭୁ ହେ

କହିବି କି ଅବା ଆଉ?

ତୁମ୍ଭ କୃପା ହେଉ ଜୀବନ ପାତ୍ର ମୋ

ସଦା ଭରି ରହି ଥାଉ l



Rate this content
Log in

Similar oriya poem from Inspirational