ଜୀବନ ଓ ସମୟ
ଜୀବନ ଓ ସମୟ


|| ୧ ||
ସଂସାର ସାଗରେ ଜୀବନ ଥିଲା ଭାସମାନ ପୋତ
ଖୋଜୁଥିଲି ଜୀବନର ମୂଲ୍ୟବୋଧ ଆଉ ଅର୍ଥ
ନଥିଲା ଠିକଣା, ଯଦିବା ଥିଲା ଘର ଦ୍ଵାର
କହିବାକୁ ଗଲେ ଥିଲି ଯାଯାବର, ମୁଁ ଏକ ପ୍ରକାର ।।
ନ ଥିଲା ପ୍ରତ୍ୟାଶା କିମ୍ୱା ହରାଇବାର ଡର
ବାହସ୍ଫୋଟ ମାରି ଭାବୁଥିଲି ନିଜକୁ ମୁଁ ବୀର
ପ୍ରତି ପଦେ କରୁଥିଲି ସମୟ କୁ ମୁଁ ଆହ୍ୱାନ
ଲାଗୁଥିଲା ଭାରି ଭଲ ଘାତ ପ୍ରତିଘାତ ଭରା ଏ ଜୀବନ ।।
|| ୨ ||
ଜୀବନ ପୋତରେ ଆସିଲା ସେ ସାଜି କର୍ଣ୍ଣଧାର
ତାର ସମ୍ମୋହନ ବଶେ ଗଢ଼ିଲି ମୋ ସଂସାର ଜଞ୍ଜାଳ
ପ୍ରେମର ଉଜାଣି ସ୍ରୋତେ ଭାସିଲା ମୋ ଜୀବନ ତରୀ
ଜାଣିପାରିଲିନି କେତେବେଳେ ସେହି ପ୍ରେମେ ମୁଁ କଣ୍ଠାଗ୍ରତ ହେଲି ।।
ଏତିକି ବେଳକୁ କେହି ଯେମିତି କରେ ମୋତେ ଯେ ବିଦ୍ରୂପ
କରେ ମୋତେ ପ୍ରଶ୍ନ!? କାହିଁ ଗଲା ତୋର ବାହସ୍ଫୋଟ ଓ ବହପ
ଚମକି!! ଲେଉଟି ଚାହିଁଲି ଯେବେ, ଦେଖିଲି ଅଳ୍ପ ହସି କହୁଛି ସମୟ
ଆଦରିନେ ମୋତେ, ତେବେ ତୋ ଜୀବନ ତରୀକୁ ମିଳିଯିବ ପୋତାଶ୍ରୟ ।।