Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

4  

Kishore Nayak

Classics

"ଜୀବନ ଓ ସ୍ୱାଭିମାନ"

"ଜୀବନ ଓ ସ୍ୱାଭିମାନ"

1 min
248



ବଞ୍ଚିବାକୁ ହେଲେ ସଞ୍ଚିବାକୁ ହେବ 

ଜୀବନର ସ୍ୱାଭିମାନ 

ନିଜ ସାମର୍ଥ୍ୟରେ ଚାଲିବାକୁ ହେବ 

ନହୋଇ ମର୍ଯ୍ୟାଦାହୀନ ll

ଅଭାବ ସ୍ୱଭାବ ଦୁଇଟି ଜିନିଷ 

ମୁଦ୍ରାର ଦୁଇଟି ପାର୍ଶ୍ୱ 

ସ୍ୱାଭିମାନ ବିନା ଜୀବନ ବାଟରେ 

ସବୁଥାଇ ଲାଗେ ନିଃସ୍ୱ ll

ସ୍ୱଭାବରୁ ଜାତ ଅଭାବ ପ୍ରତୀତ 

ଜୀବନକୁ ଯାଏ ଘେରି 

ପରିସ୍ଥିତି ଆଉ ଅଭାବୀ ସଂସାରେ 

ସ୍ୱାଭିମାନ ଯାଏ ମରି ll

ସ୍ୱାଭିମାନ ଯେବେ ବିକୃତ ହୁଅଇ 

ଅହଂକାର ହୁଏ ଜାତ 

ମାନସିକତାର କଦର୍ଥ ଚିନ୍ତନ 

ଅର୍ଥକୁ କରେ ଅନର୍ଥ ll

ଶାଶ୍ୱତମୟ ଏ ଜୀବନର ଧାରା 

ଅଦ୍ୱିତୀୟ ଅନୁପମ 

ଭବ୍ୟ ତା'ର ସ୍ଥିତି ଭବ୍ୟ ତା'ର ସତ୍ତା

କିଛି ନାହିଁ ତା'ର ସମ ll

ସଂଘର୍ଷମୟ ଏ ଜୀବନ ବିଥିକା 

ଜଞ୍ଜାଳ ଆଶଙ୍କା ଭରା 

ତାହାରି ଭିତରେ ସ୍ୱାଭିମାନୀତାରେ 

ବଞ୍ଚିବାକୁ ହେବ ପରା ll

ଜୀବନ ଜୀବିକା ଗୋଲକ ଧନ୍ଦାରେ 

ଜୀବନଟା ଯାଏ ଫସି 

ସ୍ୱାଭିମାନ ଯେବେ ଅସ୍ତିତ୍ବ ହରାଏ 

ନଥାଏ ସେଠାରେ ଖୁସି ll



Rate this content
Log in