ଜୀବନ ଓ ଭୋକ
ଜୀବନ ଓ ଭୋକ
ଏପଟେ ଅସରନ୍ତି
ଭୋକ ଭିତରେ
ବହିଯାଉଥିବା ଲୁହ
ସେପଟେ ପ୍ରାଚୁର୍ଯ୍ୟର
ଛାଉଣୀ ଭିତରେ
ଲୁଚିଯାଉଥିବା କୋହ
କେଉଁଠି ବି
ଦେଖିହୁଏନା ଜୀବନ.....
ହେଲେ ସମୟ ତ
ଗଡୁଥାଏ ନିଧଡକ
ତା ବାଟରେ....
ନା ଭୋକ ତାକୁ ବିବଶ କରେ
ନା ପ୍ରାଚୁର୍ଯ୍ୟର ମୋହ
ତାକୁ ବନ୍ଦୀ କରିପାରେ....
କାମନାର ଭୋକ କିନ୍ତୁ
ଜୀବନକୁ ମୋହ ଗ୍ରସ୍ତ କରେ
ଲୋଭରୁ ମୋହ...
ମୋହରୁ ମୃତ୍ୟୁ....
ତଳକୁ ତଳକୁ ପାଦ
ତମାମ୍ ଖସୁଥାଏ....
ଆଉ ଖୁବ୍ ଭୋକ ଭିତରେ
ଥାଇ ବି
କେହି କେହି ଦେଖୁଥାଏ ସ୍ବପ୍ନ
ଭରୁଥାଏ ଜୀବନ
ଆଉ ସେଇ ପ୍ରାଚୁର୍ଯ୍ୟର ହାତଟା
କେବେ ବଢିଆସେନା
ମୁହଁରେ ଭରି ଦେବାକୁ
ଟିକେ ଆତ୍ମ ତୃପ୍ତିର ହସ ।
କେବେ କେବେ
ଭୋକ ବି ଜିତିପାରେ ଜୀବନକୁ
ପୁଣି କେବେ
ପ୍ରାଚୁର୍ଯ୍ୟବି ଦେଖୁଥାଏ
ଭୋକର ଭୂଗୋଳକୁ ।