Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ଜୀବନ ନାଟକ

ଜୀବନ ନାଟକ

1 min
151


ଜୀବନନାଟକେ ନିତିଦିନ ମୁହିଁ

କରିଚାଲେ ଅଭିନୟ। 

ରଙ୍ଗ ମାଖି ମୁଖେ ଭୁଲିଯାଏ ନିଜେ

ଆପଣାର ପରିଚୟ। 


ଦୁନିଆ ମଞ୍ଚରେ ନିୟତି ନିର୍ଦ୍ଦେଶେ

କରେ ଜୀବନ ନାଟକ। 

ମିଳୁ ଗାଳି ଅବା ମିଳୁ କରତାଳି

ନକରେ ମୁଁ ମନେ ଦୁଃଖ। 


ହସ କାନ୍ଦ ଭରା ଜୀବନ ନାଟକ

ଛାଇ ଆଲୁଅର ପରି। 

ମଞ୍ଚେ ସିନା ମୁହିଁ କରେ ଅଭିନୟ

ଭାଗ୍ୟ ହାତେ ଥାଏ ଡୋରି। 


ଜାଣେନା ମୁଁ କେବେ ଏହି ନାଟକରେ

ପରଦା ହେବ ପତନ। 

ଜାଣେ ଖାଲି ମୁଁ ଏ ନାଟକେ ନାୟକ

ଅଭିନୟ ମୋ ଜୀବନ। 


ଯେତେଦିନ ଥିବି ଏ ରଙ୍ଗମଞ୍ଚରେ

କରୁଥିବି ଅଭିନୟ। 

ନାଟକ ଶେଷରେ କାଳବଳେ ମୁହିଁ

ଫେରିବି ନିଜ ଆଳୟ। 


ଅଭିନୟ ବଳେ ଜିଣିପାରେ ମୁହିଁ

ଯେବେ ସଭିଙ୍କର ମନ। 

ନାଟଶେଷେ ସର୍ବେ କାନ୍ଦିବେ ମୋ ପାଇଁ

ଧନ୍ୟ ହେବ ମୋ ଜୀବନ। 



Rate this content
Log in