Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

Inspirational

3  

Banabihari Mishra

Inspirational

ଜୀବନ ମନ୍ତ୍ର

ଜୀବନ ମନ୍ତ୍ର

1 min
531


ଜୀବନର ମଜା ପାଇବ ସେ କାହୁଁ

ଜୀବନ ଯୁଦ୍ଧରେ ଲଢିନି ଯିଏ

ଭୋକରେ ନରହି ଖାଦ୍ୟର ସୁଆଦ

କହ କେବେହେଲେ ପାଇଛି କିଏ?


ତପତ ଝାଞ୍ଜିରେ ଦେହ ନ ସିଝେଇ

ଛାଇର ସୁଖ କେ ପାଇଛି କୁହ?

ମନଖୋଲା ହସ ହସିପାରେ କିଏ

ଆଖିରୁ ନ ଢାଳି ଟୋପାଏ ଲୁହ?


ଜୀବନ ଗଣିତ ସେ କାହୁଁ ବୁଝିବ

ମନ ସାଥେ ମନ ନ ଯୋଡେ ଯିଏ

ପରାଣ ଦରଜ ବୁଝେନାହିଁ ଯିଏ

କେମିତି ରହିବ ସୁଖରେ ସିଏ।


ଆନ ଦୁଃଖେ ଯିଏ ନ ଢାଳେ ଲୋତକ

ମହୀରେ ରହିକି ତାର କି ଲାଭ

ପଶୁଠାରୁ ହୀନ ତାହାର ଜୀବନ

ଯା ମନେ ନଥାଏ ସେନେହ ଭାବ।


Rate this content
Log in

Similar oriya poem from Inspirational