Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Dharitri Das

Abstract Action Inspirational


4  

Dharitri Das

Abstract Action Inspirational


ଜୀବନ ଜୀବିକା

ଜୀବନ ଜୀବିକା

1 min 165 1 min 165

ଜୀବନ ପାଇଁକି ଜୀବିକାର ମୂଲ୍ୟ

     କଳନା କରି ନୁହଁଇ

ଜୀବିକା ଅର୍ଜନ କରିବା ପାଇଁକି

    ଭିନ୍ନଭିନ୍ନ ପନ୍ଥା ଥାଇ ।


ନିଜର ଇଚ୍ଛାକୁ ଦୃଢ଼ କରି ଯେବେ

    ବାଛିଥିବ ଏକ ପନ୍ଥା

କର୍ମଠ ହୋଇଣ କର୍ମ କରିଗଲେ

     ବିକଶିଵ ସେହି ସଂସ୍ଥା ।


କୃଷି ମତ୍ସ୍ୟଜୀବୀ ବେପାରୀ ଚାକିରୀ

       ଆଦି ଯେତେ କର୍ମସଂସ୍ଥା

କରୋନା ଦାଉରୁ ରକ୍ଷା ପାଇ ନାହିଁ

      ହଲାଇ ଦିଏ ଅବସ୍ଥା ।


ଲୋକଙ୍କର ମୁଖ୍ୟ ଜୀବିକା ଆଜିତ

        ହୋଇଛି ଅଚଳ ଜାଣ

ଜୀବିକା ଅପେକ୍ଷା ଜୀବନର ମୂଲ୍ୟ

        ଅଧିକ ବୋଲି ମଣିଣ ।


ସରକାର ରାଜ୍ୟେ ଲକଡାଉନଟି

        କରୁଛନ୍ତି ବାରମ୍ବାର

ଜୀବନ ବଞ୍ଚାଇ ରଖିବା ପାଇଁକି

       ଲକ୍ଷଟି ଅଛି ତାଙ୍କର ।


ଏବେ କିନ୍ତୁ ଆମ ସରକାର ଦେଖ

      ହୋଇଲେଣି ସଚେତନ

ଜୀବନ ସହିତ ଜୀବିକା ଜରୁରୀ

       ଭାବୁଛନ୍ତି ଦେଇ ମନ ।


ଟିକାର ବ୍ୟବସ୍ଥା କରିବା ସହିତ

      ଜୀବିକା କଥାକୁ ଭାବି

ଥରାଇ ଦେଉଛି ହୃଦୟ ତାଙ୍କର

      ମୃତ୍ୟୁ ବିଭୀଷିକା ଛବି ।


ସତର୍କତା ସହ କିଛି କର୍ମସଂସ୍ଥା

    ଖୋଲିବାର ପାଇଁ ମତ

ଦେବାପାଇଁ ଇଛା ପ୍ରକାଶିତ କରି

     ଗଢ଼ିଛନ୍ତି କିଛି ସର୍ତ୍ତ ।


ଜୀବନର ମୂଲ୍ୟ ବୁଝିକରି ଆମେ

      ମାନିଯିବା ତାଙ୍କ ସର୍ତ୍ତ

ଉଚିତ ହୋଇବ ଭାବୁଅଛି ମୁହିଁ

      ତେଣୁ ଦେଲି ମତାମତ।


ସତର୍କ ହୋଇଲେ କରୋନା ଦୁରେଇ

      ଯିବଟି ଆମରି ଦେଶୁ

ଜୀବିକା ପାଇଁକି ଜୀବନ ଆମର

    ମାଟିରେ କେବେ ନ ମିଶୁ।


ଦେଶବାସୀ ମୋର କରୁଛି ବିନତି

     କରୋନା ଠାରୁ ଦୂରେଇ

ରଖିବ ନିଜକୁ   ସୁରକ୍ଷିତ ତୁମେ

     ଜୀବିକା ଅର୍ଜନ ପାଇଁ।


ଜୀବନ ଥିଲେତ ଜୀବିକା ମିଳିବ

      ସଦା ହାତ ପାହାନ୍ତାରେ

ସେଥିପାଇଁ ଚିନ୍ତା ଛାଡ଼ି ଲାଗିପଡ଼

       ଜୀବନ ବଞ୍ଚାଇବାରେ ।


Rate this content
Log in

More oriya poem from Dharitri Das

Similar oriya poem from Abstract