ଜୀବନ ଝରଣା
ଜୀବନ ଝରଣା
ସଂସାର ଜଙ୍ଗଲରେ
ଜୀବନ ଝରଣା ମୋ
କାହାର ସନ୍ଧାନ ରେ
ନିରତେ ବହି ଚାଲେ
ସପନ ଘୁମ ଘୋର
ଗଭୀର ନିଶିଥ ରେ
ଆତ୍ମା ମୋ ଜାଗି ଉଠେ
କାହାର ପରସରେ
ଆଖି ମୋ ତୃପ୍ତ ହୁଏ
ସେ ଛବି ଯେବେ ଉଏଁ
ହୃଦୟ ଆକାଶ ମମ
ସୁନା ସୁରୁଜ ସମ
ତା ସ୍ନେହ ପଣତ ରେ
ଗୁଡ଼ାଇ ମୋତେ ଧରେ
ହୁଏ ମୁଁ ଆତ୍ମ ହରା
ସରଗ ମଣି ଧରା
ତା ବିନା ଆନ କିଛି
ଚାହେଁନା ଜୀବନରେ
ମାଆ ଯେ ସିଏ ମୋର
ଜନମ ଜନମର।
