Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ଜୀବନ ହିସାବ

ଜୀବନ ହିସାବ

1 min
276


ଜୀବନ ହିସାବ

ନୁହଁଇ ସହଜ

ଗଣିତ ହିସାବ ପରି

ମିଶାଣ ଫେଡାଣ

ଗୁଣନ ହରଣେ

ହୁଏନା ସରଳ କରି। 


ଭଲ ଆଉ ମନ୍ଦ

ପାପ ଓ ପୁଣ୍ୟର

ନିକିତି ଧରି ହାତରେ

ଖଣ୍ଡାଧାରେ ମାପି

ଯେତେ ବି ଚାଲିଲି

ପାଦରୁ ରକତ ଝରେ। 


ସୁଖ ବୋଲି ଯାହା 

ରଖିଲି ସାଇତି

ଜୀବନର ଗନ୍ତାଘରେ

ଦୁଃଖ ଦେଇ ତାହା

ଚାଲିଗଲା ଖାଲି

ଲୁହ ଦେଇ ନୟନରେ। 


ମୋହର ବୋଲି ମୁଁ

ଆବୋରିଛି ସବୁ

ନଥିବ ସେ କାଲି ମୋର

ଆସିଥିଲି ଖାଲି

ଯିବି ଖାଲିହାତେ

ବୃଥା ଅହମିକା ସାର। 


ଆପଣାର ଭାବି

ଯାହାଙ୍କ ଠାରୁ ମୁଁ 

ଆଶା କରିଥିଲି ସୁଖ

ବାଟ କାଟି ସର୍ବେ

ଗଲେ ନିଜ ବାଟେ

ଲଦି ଦେଇ ଖାଲି ଦୁଃଖ । 


ମୁହିଁ ତୁହି ଆଉ

ତୋର ମୋର ସୂତ୍ରେ

ଯେତେ ମୁଁ କଲି ହିସାବ

ତୁଟିଲାନି ସିଏ

ଭାଗଶେଷ ଖାଲି

ଅଶାନ୍ତି ଓ ହିଂସାଭାବ। 


କେମିତି ତୁଟନ୍ତା

ସରବେ ସମାନ

ସର୍ବେ ଏକ ଆତ୍ମାମୟ

ଅଭିନ୍ନ ତତ୍ତ୍ଵକୁ

ଭିନ୍ନାଭିନ୍ନ କଲେ

ଶାନ୍ତି ଦୂରେ ଯିବା ଥୟ। 


ପର ଉପକାର

ଅହିଂସା ଯେ ଅଟେ

ଜୀବନର ଶ୍ରେଷ୍ଠ ଧର୍ମ

ଏ ସତ୍ୟ ନବୁଝି

ଧର୍ମବଣେ ବୁଲେ

ବୃଥା ଖାଲି ପଥଶ୍ରମ। 


ଯେଣୁ ମୁଁ ନଜାଣି

ଜୀବନର ତତ୍ତ୍ଵ 

ବାହିଲି ଜୀବନ ନାବ

ପାଇଲି ମୁଁ କେତେ

ହରାଇଲି କେତେ

ପାଏନା ତାର ହିସାବ। 


Rate this content
Log in