ଜୀବନ ଗୀତା-୩୦୭
ଜୀବନ ଗୀତା-୩୦୭
ଜୀବନ ଏବେ ଧୂଆଁଧୂଆଁ
କୁହୁଡିର କୋହ
ବରଷି ଯାଏ ଟୋପାଟୋପା
ଆକାଶରୁ ଲୁହ ॥୦॥
ଅହେତୁକ ବନ୍ଧନରେ ବାନ୍ଧିହୋଇ
ଛଟପଟ ହେଉଥାଏ ଖାଲି
ସମୟତ ଖସିଯାଏ ପାପୁଲିରୁ
ଚଟାପଟ ଯେଣୁ ଚୋରାବାଲି
ନିଗ୍ରହ ଭୋଗେ ନୂଆନୂଆ
ନକରିକି ଦ୍ରୋହ ॥୧॥
ପ୍ରଜାପତି ଡେଣାମେଲି ଉଡୁଥିଲା
ନାଲିନୀଳ ଛିଟପର ମେଲି
ସ୍ୱପ୍ନାଚ୍ଛନ୍ନ ନୟନେ କେ ବାନ୍ଧିଦେଲା
କଳାକଳା ଅନ୍ଧର ପୁଟୁଳି
ନିମିଷେ ପକ୍ଷ ହେଲା ଭଙ୍ଗା
ତୁଟିଗଲା ମୋହ ॥୨॥