Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୮୨

ଜୀବନ ଗୀତା-୨୮୨

1 min
169


ଜୀବନରେ ଆଜିକାଲି

ସଂପର୍କର ସେତୁ ଭାଙ୍ଗି ଯାଉଛି

ହୃଦୟ ଦୂଆର ଖାଲି

ସଦାବେଳେ ବନ୍ଦହେଇ ରହୁଛି ॥୦॥

ସଂପର୍କର ହାତଟିଏ

ଆସେନାହିଁ ଲମ୍ବି ଏବେ

ମିଠାକଥା ପଦଟିଏ

କାନକୁ ଆଉ ନଶୁଭେ

ଭଲରେ ମନ୍ଦରେ ବେଳ ଅବେଳରେ

ଏକାଏକା ଜୀବନରେ

ସୁଖଦୁଃଖ ସବୁ ନିଜେ ଭୋଗୁଛି ॥୧॥

ସ୍ୱାର୍ଥପର ଦୁନିଆରେ

ସ୍ୱାର୍ଥର ଚାଲିଛି ଖେଳ

ସ୍ୱାର୍ଥ ପାଇଁ ମଣିଷ ତ

କରଇ କେତେ କୌଶଳ

ସୁଖରେ ଦୁଃଖରେ ସହଭାଗିତାରେ

ନାହିଁ ଆଉ ମାନବିକତା କିଛି ॥୨॥


Rate this content
Log in