ଜୀବନ ଏକ ଯାତ୍ରା
ଜୀବନ ଏକ ଯାତ୍ରା
ସନ୍ଦର୍ପଣରେ ଚାଲୁ ଚାଲୁ କେତେବେଳେ
ମୁଁ ପହଞ୍ଚି ଯାଇଛି ତୁମ ଜୀବନର ଅଗଣାରେ
ସଞ୍ଜ ଦୀପଟିଏ ଦେଉ ଦେଉ କେତେବେଳେ
ପୁଣି ମନାସି ଦେଇଛି ତୁମ ପାଇଁ
ସବୁ ସୁଖ ମୋର ତୁମର ହେଇଯାଉ
ସବୁ ଦୁଃଖ ତୁମ ମୋ ଲୁହରେ ବହିଯାଉ
ତୁମ ଆୟୁଷର ନାଲି ସିନ୍ଦୁର
ସବୁଦିନ ପାଇଁ ମୋ ମଥାରେ ଚମକୁ ଥାଉ
ଜୀବନ ଯାତ୍ରାର ଶେଷ ମୋଡ଼ରେ
ତୁମ ବହୁ ବନ୍ଧନରେ ମୋ ଶେଷ ନିଶ୍ୱାସ
ଚିର ଦିନ ପାଇଁ ଚାଲିଯାଉ
ରୁମର ସେ ନିବିଡ଼ତା ଭିତରେ ଯେମିତି
ମୋ ଜୀବନର ସବୁ ସ୍ୱପ୍ନ ସ୍ମୃତି ହୋଇ ରହିଥାଉ
ତୁମର ସେ ଦୃଢ ଆଲିଙ୍ଗନ... ମୋ ହୃଦୟର
କୋଣ ଅନୁକୋଣରେ ସବୁଦିନ ପାଇଁ.
ବାନ୍ଧି ହୋଇ ରହିଥାଉ......
ତୁମର ସେ ଅଭୁଲା ସ୍ମୃତି ସବୁ
ଚିର ଦିନ ପାଇଁ ମୋ ହୃଦୟ ସିନ୍ଧୁକରେ
ସାଇତି ହୋଇ ରହିଥାଉ....
ବୁଢ଼ୀ ଅସୁରୁଣୀର ସାତ ଫରୁଆରେ ଜୀବନ ଭଳି
ସବୁ ଜନ୍ମରେ ତୁମ ସହଯାତ୍ରୀ ହେବାର ସଂକଳ୍ପ
ମୋ ହୃଦୟ ସିନ୍ଦୁକରେ ରହିଥାଉ
ସବୁଜନ୍ମ ପାଇଁ ରହିଥାଉ....
ସବୁ ଜନ୍ମ ପାଇଁ ରହିଥାଉ ll