ଜୀବନ ବ୍ୟତୀତ
ଜୀବନ ବ୍ୟତୀତ


ରାଗ:- ଆଷାଢ଼ ଶୁକ୍ଳ ବାଣୀ
ଜ୍ୟେଷ୍ଠ ମାସ ତାପ ପଡେ ଭୂମିରେ
ଜନ ଶୂନ୍ୟ ଭୂମି ସୂର୍ଯ୍ୟ ତେଜରେ
କୁକୁର ବୁଲୁଛି ପେଟ ଜ୍ୱାଳାରେ
ଏ ଘରୁ ସେ ଘର ଭ୍ରମଣ କରେ
ନାହିଁ ଶାନ୍ତି ତାରେ
ଖୋଜୁଛି ଭୋଜନ ମନୁଷ୍ୟ ଘରେ !!
ଘରର ଦ୍ୱାରରେ ଜଗି ରହି ଥାନ୍ତି
କେହୁ ଖୁସିରେ ଖାଇବା ଦିଅନ୍ତି
ରାଗରେ କେହୁରେ ମାଡ଼ ମାରନ୍ତି
ପ୍ରଚଣ୍ଡ ଗରମେ ମରୁ ଅଛନ୍ତି
ରୋଦନ କରନ୍ତି
ଭାଗ୍ୟକୁ ଆଦରି ଭୁ ଭୁ ରାବନ୍ତି !!
ହେଲେ ବିଭାଘର ଖୁସି ଅପାର
ପର୍ବ ପର୍ବାଣୀ ରେ ଆନନ୍ଦ ତାର
ଅଇଁଠା ମିଳିବ ଚାଟିବେ ପତ୍ର
ଶୁଭେ ଭୁଭୁ ରାବ ତହୁଁ ପ୍ରଖର
ଭାଗ୍ୟଟିରେ ତାର
ସ୍ଥାନ ନାହିଁ କାହିଁ ତାର ନିଜର !!
ପରାରେ ଅଟେ ଆବାରା କୁକୁର
ନମିଳେ ତାଙ୍କୁରେ ପ୍ରେମ କାହାର
ପରା ଏ ମନୁଷ୍ୟ କରେ ଧିକ୍କାର
ନ ବୁଝେ ମାନବ ଦୁଃଖ କୁ ତାର
କରେ ତିରସ୍କାର
ମନୁଷ୍ୟ ନ ବୁଝେ କର୍ମ ନିଜର !!
କର୍ତ୍ତବ୍ୟ ମନୁଷ୍ୟେ ଜୀବଙ୍କ ସେବା
ମନୁଷ୍ୟ ଅବା ଜୀବ ଜନ୍ତୁ କିବା
କିମ୍ପା ତିରସ୍କାର? ଭୋଜନ ଦେବା
ଧର୍ମ ମାର୍ଗେ ରହି କାର୍ଯ୍ୟ କରିବା
ଆଦର କରିବା
ଭୋକିଲା ପେଟରେ ଅନ୍ନକୁ ଦେବା !!
ଜୀବ ସେବା ପରା ପ୍ରଭୁଙ୍କ ଭକ୍ତି
ଜୀବଙ୍କ କଲ୍ୟାଣେ ଜଗାଙ୍କ ପ୍ରୀତି
ହତାଦର କିମ୍ପା? ଜୀବଙ୍କ ପ୍ରତି
ମନୁଷ୍ୟ କର୍ତ୍ତବ୍ୟ ଜୀବନ ରୀତି
ରଖିବାରେ ମୋତି
ଦେବା କୁକୁରଙ୍କୁ ଭୋଜନ ନିତି !!
ଜ୍ୟେଷ୍ଠ ମାସରେ କୁକୁର ଦୁର୍ଦ୍ଦଶା ଦେଖି ମନରେ ଆଘାତ ହେଲା, ତେଣୁ ମୁଁ ଏହାକୁ କବିତା ରୂପ ଦେଲି। କୁକୁର ମଧ୍ୟ ଏକ ଜୀବ। ମାନବ ସମାଜ ତାହାକୁ ତିରସ୍କାର ନ କରି ଆଦର କରିବା ଉଚିତ।ଘରକୁ ଆସିଲେ ଯାହାକିଛି ଅଛି ଖାଇବାକୁ ଦେବା ମନୁଷ୍ୟର ଧର୍ମ ଓ କର୍ତ୍ତବ୍ୟ।