ଜୀବନ ବାଟରେ
ଜୀବନ ବାଟରେ
1 min
138
ମୋ ପରି ତୁମେ ଥରେ ମନେ ମନେ
ଭଲ ପାଇ ମତେ ଦେଖନା
କେତେ ମଜା ଅଛି କେତେ ଖୁସି ଅଛି
କହିବ ତୁମକୁ ଏଇନା ।
ଭଲ ପାଇବାର ସପନରେ ଭିଜି
ତୁମେ ଥରେ ଆସ ଏଠିକି
ପ୍ରୀତିର ରଙ୍ଗରେ ଭଜି ଭିଜି ସାଥି
ଗାଇବା ହସିକି ନାଚି କି ।
ମୋ ହୃଦୟ ତୁମେ ନୀତି ଖୋଜୁଥାଏ
ତୁମ କଥା ଶୁଣିବାକୁ
ଜୀବନ ବାଟରେ ଅଜଣା ରାସ୍ତାରେ
ତୁମ ସାଥେ ଚାଲିବାକୁ ।