Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଜୀବନ ବାଷ୍ପୀୟଶକଟ

ଜୀବନ ବାଷ୍ପୀୟଶକଟ

1 min
206


ଜୀବନ ତ ଏକ ବାଷ୍ପୀୟଶକଟ l

ବଙ୍କା ସିଧା ଅଟଇ ତାହାରି ବାଟ ll1


ବାଷ୍ପୀୟଶକଟ ଜୀବନ ର ପିଣ୍ଡ l

ମନଟି ତାହାର ବୁଲଇ ବ୍ରହ୍ମାଣ୍ଡ ll2


ବାଷ୍ପୀୟଶକଟ ରେ ପ୍ରବେଶିଲେ ବାୟୁ l

ପ୍ରସ୍ଥାନେ ଛାଡ଼ଇ ପିଣ୍ଡ ପ୍ରାଣବାୟୁ ll3


ମଝି ଯେ ସମୟ ଜୀବନ ଅଟଇ l

କିଛି କ୍ଷଣ ପରେ ଯାଏ ଛାଡି ସେଇ ll4


ଜୀବନ ତ ଏକ ବାଷ୍ପୀୟଶକଟ l

ରଚିଚାଲେ କେତେ ଜୀବନ ରେ ନାଟ ll5

ପ୍ରବେଶ ପ୍ରସ୍ଥାନ ମଝିରେ ନିଃଶ୍ୱାସ l

ନିଃଶ୍ୱାସ କୁ ନାହିଁ ଜମାରୁ ବିଶ୍ୱାସ ll6


ଜୀବନ ବାଷ୍ପୀୟଶକଟ ଆମର l

କେତେବେଳେ ସିଏ ହୋଇବ ଯେ ମର ll7

ବାଷ୍ପୀୟଶକଟ ଜୀବନ ଆମର l

ନୁହେଁ କେହି ସ୍ଥାୟୀ ଅଜର ଅମର ll8


ଜୀବନ ବାଷ୍ପୀୟଶକଟ ରେ 

ଜୀବନ ବାଷ୍ପୀୟଶକଟ ରେ lll


Rate this content
Log in

Similar oriya poem from Inspirational