ଜୀବନ ଅଟଇ
ଜୀବନ ଅଟଇ
ଜୀବନ ଅଟଇ ଗୋଟାଏ ବତୀ
ସଳିତା ପରିକା ଜଳୁୁଛି ନିତି।
ଜଳିଜଳି ସିଏ ଆଲୋକ ଦିଏ
ହାତ ଧରି ବାଟ କଢ଼ାଇ ନିଏ।
ଜୀବନ ଅଟଇ ସୁତାର ଖିିିଅ
ଗୁନ୍ଥି ପାରେ ସିଏ ମମତା ସୁୁଅ।
ସୂତାଖିଅ ଯେବେ ଦୁର୍ବଳ ହେବ
ମମତାର ସୁଅ ଛିଣ୍ଡାଇ ଦେବ।
ଜୀବନ ଅଟଇ ଫୁଲର ପରି
ମହକେ ତାହାର ପ୍ରସନ୍ନ ହରିି।
ଅନ୍ୟର ମଙ୍ଗଳ କାମନା ସାର
ଦୁର୍ଲ୍ଲଭ ଜୀବନ ସଂସାରେ ତାର।
ଜୀବନ ଅଟଇ କ୍ଷଣିକ ସାଥୀ
ଚାଲିଯିବ ଦିନେ ପୋଛିଣ ପୋଥି।
ଗୋଟାଏ ମୁହୂୂର୍ତ୍ତ ତା ପାଇଁ ବଡ଼
ସାଧନାରେ ଜିିଣି ପାରଇ ଗଡ଼।
ଜୀବନ ଅଟଇ ଅଭୁୁୁଲା ସ୍ମୃତି
ଭୁଲି ତ ହୁଏନି ତା କଳାକୃତି।
ତ୍ୟାଗରେ ଆନନ୍ଦ ପାଏ ସେ ଯେତେ
କହିତ ନୁହଁଇ ଭାଷାରେ ସତେ।
ଜୀବନ ଅଟଇ ଅମୂଲ୍ୟ ନିଧି
ପାଳିବା ତାକୁ ଆମେ ଯଥାବିଧି।
ତାହାର ମୂଲ୍ୟକୁ ବୁଝିବ ଯେବେ
ଜୀବନ ସାର୍ଥକ ହୋଇବ ତେବେ।