ଜୀବନ ଆଗ୍ରହ
ଜୀବନ ଆଗ୍ରହ
ଜୀବ ପାଶେ ଯେଣୁ ଜୀବନ ଆଗ୍ରହ
ଝଲସେ ସୁଖର ଝରା
କହରେ କୃଷୁନ ଗୋବିନ୍ଦ ମାଧଵ
ପାରିକର ତୁମେ ପରା।
ବାଇଶି ପାହାଚ ପାଶୋରେ ପହିଜ
ପବନରେ ପୁରେ ଦେହ
କେତେ ପାପ ପଙ୍କେ ଆବିଳ ଆଟୋପେ
ଯାଉନି କାହିଁକି ମୋହ।
ଗହଳ ଲଗାଇ ବସିଛୁ କାଳିଆ
ପାଖେ ପୁଣି ଚାନ୍ଦ ମୁହିଁ
ତୋର ସେବା ପାଇଁ କେତେ ଭକ୍ତ ଧ୍ୟାୟୀ
ମୋହ ଗଲେ ସିନା ପାଇ ।
ହେ କୃଷ୍ଣ କେଶବ ଗୋବିନ୍ଦ ମାଧବ
ଜଗତ ପାଳ ମୁରାରି
ତୁମ ବିନା ଆଉ କିଏ ଅବା ଅଛି
କିଏବା କରିବ ପାରି ।
ସଂସାର ସୁଖଟି ଇନ୍ଦ୍ର ଜାଲ ପରି
ଛନ୍ଦି ହୋଇ ହୋଇ ଯାଏ
ଆଶା ଥିଲେ ସୁଖ ଭୁଲିଯାଏ ଦୁଃଖ
ପ୍ରଭୁ ଚିନ୍ତା ଅବଗ୍ରାହେ ।
ଦୁଃଖ ଆସେ ନିତି ଦୁଃଖ ଯାଏ ନିତି
ସୁଖ ଦିଏ ନାହିଁ ଧରା
ସୁଖ ଲାଗେ ସ୍ଵପ୍ନ ମରୀଚିକା ପରି
ଉଡୁଥାଏ ମନ ପାରା ।
ପଚାଶ ବରଷ ଟପିଲାଣି ମୋତେ
ଦିଶା କାହିଁ ଦିଶୁ ନାହଁ
ଖୋଜୁଛି ମୁଁ ଗତି ତୋର ପାଦେ ନିତି
ସ୍ଥିର ମତି ରହୁ ନାହିଁ।
ତୋର ନାମ ସଦା କଣ୍ଠେ ଗାଇ ଗାଇ
ରହିଥିବି ନିତି ଧ୍ୟାୟୀ
କହରେ କୃଷୁନ ଗୋବିନ୍ଦ ମାଧବ
କରିବୁ ପାରି କି ନାହିଁ . ।
ପ୍ରଶାନ୍ତ କୁମାର ହୋତା