STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଝୁମି ଅଛି ମନ ମୋର

ଝୁମି ଅଛି ମନ ମୋର

1 min
206


ନୂଆ ବରଷର ଆଗମନେ ଦେଖ

  ମିଳୁ ଅଛି ସମାଚାର 

ଆନନ୍ଦ ଖବର ଆନନ୍ଦ କରୁଛି

  ମିଳୁଛି ଖୁସି ଅପାର।


ନୂତନ ଉତ୍ସାହ ଆଗମନ ବର୍ଷେ

 ଅଙ୍ଗ ଅଙ୍ଗ ପ୍ରଫୁଲ୍ଲିତ 

ଜଗନ୍ନାଥଙ୍କର ସୁଦୟା ହୋଇଛି

 ମନ ଆଜି ଉତ୍ସାହିତ।


ଶୁଭ ସେ କରିବ ଧରଣୀକୁ ଏବେ

 ନୂଆ ବର୍ଷ ଆଗମନେ 

ଲକ୍ଷ୍ମୀପୂର୍ଣ୍ଣ ହେବ ରାଷ୍ଟ୍ରଟି ଆମର

 ସଙ୍କେତ ହିଁ ଜନଜନେ।


ଅନ୍ୟାୟ ଦମନ ଅବଶ୍ୟ ହୋଇବ

 ହେବ ନିଃସ୍ୱାର୍ଥର ମନ୍ତ୍ର 

ସଙ୍କେତ ଦେଉଛି ନୂଆ ବର୍ଷ ଏବେ

 ହେବ ସେ କର୍ମର ମନ୍ତ୍ର।


ଆବିଷ୍କାର ହେବ ନୂଆ କଳେବର

 ବିଜ୍ଞାନର ଜ୍ଞାନ ବଳେ 

ଜନକଲ୍ୟାଣରେ ଉପଯୋଗୀ ହେବ

 ବିଜ୍ଞାନର ମନ୍ତ୍ର ବଳେ।


ସନାତନ ଧର୍ମ ଶକ୍ତିଶାଳୀ ହେବ

 ରାଷ୍ଟ୍ର ଭକ୍ତି ହେବ ଶ୍ରେଷ୍ଠ 

ଆତ୍ମନିର୍ଭରଟି ହୋଇବ ଭାରତ

 ପ୍ରଭୁ ଭକ୍ତି ହେବ ଶ୍ରେଷ୍ଠ।


ଶୁଭର ସଙ୍କେତ ଦେଉ ଅଛ

ି ବର୍ଷ

 ହେବ ଶୁଭମୟ ବର୍ଷ 

ହେବ ବିଶ୍ୱଗୁରୁ ପବିତ୍ର ଭାରତ

  ଦିଶୁ ଅଛି ନୂଆ ହର୍ଷ।


ସତ୍ୟ ଅହିଂସାର ମନ୍ତ୍ର ହିଁ ଗୁଞ୍ଜିବ

  ଗୁଞ୍ଜିବଟି ରାଷ୍ଟ୍ର ଭକ୍ତି 

ଆତ୍ମବିଶ୍ୱାସଟି ଶକ୍ତିଶାଳୀ ହେବ

  ଗୁଞ୍ଜୁଥିବ ରାଷ୍ଟ୍ରଶକ୍ତି।


ହିନ୍ଦୁ ହିନ୍ଦୁତ୍ୱର ମହିମା ଗୁଞ୍ଜିବ

 ଧର୍ମ ସନାତନ ସାର 

କୃଷ୍ଣ ରାମ ଭୂମି ଆର୍ୟାାରବର୍ତ୍ତ ଭୂମି

 ଜଗନ୍ନାଥ ଭୂମି ସାରା


କର୍ମଯୋଗୀ ହେବେ ଜ୍ଞାନଯୋଗୀ ହେବେ

 କର୍ତ୍ତବ୍ୟେ ଭୂଷିତ ଜନେ 

ଅନୁଭବ ହୁଏ ଆଗମନ ବର୍ଷେ

 ପଡ଼ିବ ପ୍ରଭୁଙ୍କ ଧ୍ୟାନେ।


ଜଗତର ନାଥ ପ୍ରଭୁ ଜଗନ୍ନାଥ

 ଦେବେ ବୈଭବରେ ଭରି 

ଶକ୍ତିଶାଳୀ ହେବ ସମ୍ପୂର୍ଣ୍ଣ ଭାରତ

 ଦେବେ ପ୍ରଭୁ ଶକ୍ତି ଭରି।


ଝୁମିବେ ଜନତା ନୂଆ ବରଷରେ

 ଉତ୍ସାହ ଯିବଟି ଭରି 

ଏକତାର ମନ୍ତ୍ର ହସ୍ତରେ ଧରିଣ

 ଏକତ୍ରିତ କାର୍ଯ୍ୟ କରି।



Rate this content
Log in

Similar oriya poem from Inspirational