STORYMIRROR

Shantilata Rath

Inspirational

3  

Shantilata Rath

Inspirational

ଝରଣା

ଝରଣା

1 min
236



ଝର ଝର ହୋଇ ଝରଣାଟି ଦେଖ

କି ସୁନ୍ଦର ବହୁଅଛି

କୁଳୁକୁଳୁ ସ୍ବରେ ଗୀତ ଗାଇ ଗାଇ 

ଆଗକୁ ମାଡି ଚାଲିଛି ।

ଶୀତ ଖରା ବର୍ଷା ବାଆ ବତାସକୁ

ମନେ ତିଳେ ଡର ନାହିଁ 

ବାଧା ବନ୍ଧନକୁ ଭ୍ରୁକ୍ଷେପ ନ କରି 

ଆଗକୁ ମାଡି ଚାଲଇ ।

କେତେ ଖାଲ ଖମା ପାହାଡ ପ୍ରାନ୍ତର

ଅତିକ୍ରମ କରି ଯାଏ 

କଣ୍ଟା ଲଟା ବୁଦା ପଥର ପଡିଲେ

ପଛକୁ ଫେରି ନ ଯାଏ ।

ଆଗକୁ ଆଗକୁ ମାଡି ଚାଲିବାହିଁ

ଧର୍ମ ଅଟେ ଝରଣାର

ଉପଦେଶ ଛଳେ ହାତ ଠାରି କହେ

ଘେନ ନୀତି ଶିକ୍ଷା ମୋର ।

 ଯେତେ ଝଡ ଝଞ୍ଜା ଆସିବ ଜୀବନେ

ପଛ ଘୁଞ୍ଚା ଦେବ ନାହିଁ 

ଝରଣା ପରିକା ଆଗକୁ ବଢିବ

ସବୁ ପଛରେ ପକାଇ ।

ଆଗକୁ ଆଗକୁ ମାଡି ଚାଲିଥିବ

ଜୀବନେ ଏକ ଲୟରେ

ତାହାହେଲେ ଯାଇ ପହଞ୍ଚି ପାରିବ 

ତୁମର ଲକ୍ଷ୍ଯ ସ୍ଥଳରେ ।

ଏହି ନୀତି ଶିକ୍ଷା ଝରଣା ଠୁ ଶିଖି

ଆମେ କାମେ ଲଗାଇବା

ତେବେ ଯାଇ ଏହି ମାନବ ଜୀବନ 

ସଫଳ କରି ପାରିବା ।



Rate this content
Log in

Similar oriya poem from Inspirational