ଝରକାର ଆରପାଖେ
ଝରକାର ଆରପାଖେ
ମୁଁ ଦେଖୁଛି ତୁମ ବଗିଚା
ଝରକାର ଆରପାଖେ
ଆକାଶର ଭାଷା ବାଦଲ
କେଡେ ସୁନ୍ଦର ସତେ
ତୁମ ବଗିଚାର ଫୁଲ ଗୁଡାକ
ଠାରି କିରି କହୁଛି ମୋତେ
ଆମ ପାଖକୁ ଚାଲି ଆସ
ଛୁଇଁ ଯା ଟିକେ
ଅତି ସୁନ୍ଦର ତୁମ ବଗିଚା
ବୀଣା ବଜାଏ ନିଜ ଭିତରେ
ପ୍ରଜାପତି ନାଚେ ଏହି ତାନରେ
ମଧୂ ଶୋଷୁଥାଏ ଖୁସି ମନରେ
ଆନନ୍ଦେ ଉଲ୍ଲାସେ ମଳୟ ବହେ
ଫୁଲର ମହକେ ଚଉଦିଗ ବୋହେ
ତୁମ ବଗିଚାର ବିବିଧ ଫୁଲ
କେଡେ ସୁନ୍ଦର ମନକୁ ମୋହେ
ତୁମ ପରିଶ୍ରମ ଝଲସୁ ଥାଏ
ଖୁସି ମନରେ ଗୀତ ଗାଉଥାଏ
ସବୁ ଫୁଲର ତୁମେ ପ୍ରେମିକ
ତାଙ୍କୁ କି ଜଣା ମୋ ପ୍ରିୟତମ
ଚୋରା ଚାହାଣିରେ
ସେ ମୋତେ ଚାହେଁ
ମୋ ଠାରୁ ଋପସୀ
ଚେତାଉ ଥାଏ
ତାଙ୍କୁ ଦେଖି କି
ହୁଏ ଇର୍ଷାଳୁ
ଆଖି ଖୋଜୁଥାଏ
ପ୍ରିୟକୁ ମୋର
ତାରି ପ୍ରେମରେ
ପଡ଼ ଯିବ କାଳେ
<p> ବିଚଳିତ ହୁଏ
ମନଟି ମୋର
ଫୁଲ ଭିତରେ
ନିଜକୁ ଦେଖେ
ଯେବେ ତୁମକୁ
ପାଖରେ ଦେଖେ
ଫୁଲ କୁ ଆଉଁସି
କେଡେ ଯତନେ
ପାଖରେ ବସି
କରତ ସେବା
ପରଶ ପାଇ
ଝାଉଁଳି ଯାଏ
ଚୋରା ଚାହାଣି ରେ
କଥା ତ କହେ
ଅଭିମାନୀ ମୁଁ ଝରକା ଏପାଖେ
ଚାହିଁ ରହିଥାଏ
ତୁମ ଫୁଲର
ବଗିଚା କୁ ଦେଖି
ଆଖି ମୋର
ଲାଖି ରହିଥାଏ
ରଙ୍ଗ ବେରଙ୍ଗ ଫୁଲରେ
ଭରା ଏହି ତୁମ ବଗିଚା
ଖଣ୍ଡ ମଣ୍ଡଳେ ବିଞ୍ଚନ୍ତି
ନିଜ ଦେହର ବାସନା
ଅପୂର୍ବା ଋପସୀ ତୁମ ବଗିଚା
ଲାବଣ୍ୟ ର ଗନ୍ତାଘର
ଯେତେ ଦେଖୁଥିଲେ ମନ ଭରେ ନାହିଁ
ଚାହିଁ ରହିଥାଏ ନିରନ୍ତର ।