Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

4.2  

kahnu charan sahu

Abstract

ଝରକା ପାଖର ଜହ୍ନ

ଝରକା ପାଖର ଜହ୍ନ

1 min
258



କିଟି କିଟି ଅନ୍ଧାରରେ 

ଯେବେ ନୀରବତାକୁ ଚିରି

ଝରକା ପାଖର ଜହ୍ନ କୁ ଦେଖେ

ମନେପଡେ ହଜିଲା ଅତୀତ

ମିଠାମିଠା ସ୍ମୃତି ସାଥେ

ପିଲାଦିନ ସାଙ୍ଗ, ସାଥି ସଙ୍ଗାତ ।


ସଞ୍ଜ ନଇ ଆସିଲେ

ମାଆ କାଖରେ ଧରି ମୋତେ

ସରାଗରେ ଖୁଅଉଥିଲେ ଭାତ 

ଦେଖେଇ ଜହ୍ନ ମାମୁଁ ଓ ଗାଇ ଗାଇ ଗୀତ,

ଆହାଃ ସେ ପିଲା ଦିନ ଫେରନ୍ତାକି ପୁଣି ଥରେ

ଏମିତି ଅନେକ କିଛି ଭାବି ବସେ

ଝରକା ପାଖର ଲାଜେଇ ଜହ୍ନକୁ ଦେଖି ।


ଯୌବନରେ ପ୍ରସ୍ଫୁଟିତ ଦେହ

ଆଜି ଯେବେ ଦେଖେ ଜହ୍ନ

ମନେପକାଏ ପ୍ରିୟତମା କଥା

ଆଉ ହଜିଯାଏ ଦୂର ଏକ ପ୍ରେମ ସହରେ

ହଜିବାକୁ, ଭିଜିବାକୁ ପ୍ରିୟାସାଥେ !

ପୁଣି କେବେ ପ୍ରିୟତମା ସାଥେ ବିତିଥିବା

ହଜିଲା ସ୍ମୃତିକୁ ସାଉଁଟେ ବସି 

ମନେମନେ ହୁଏ ଖୁସି 

ଆଉ କେବେ ଆଖିରୁ ଲୁହଟୋପା ପଡେ ଖସି ।।


Rate this content
Log in

Similar oriya poem from Abstract