ଝରା ସ୍ମୃତିରେ
ଝରା ସ୍ମୃତିରେ
ଜୀବନର ଜୈତ୍ର ନାଦେ
ଛିନ୍ନ ରନ୍ଧ୍ରେ ଲୁଚିଥିଲା କି ଫଣୀଧର
ଦଂଶନରେ ମଧୁମୟ ସଂସାରକୁ
କଲା ହଳାହଳ,
ଆହ୍ଲାଦିତ, ଉଲ୍ଲସିତ
ସରସ ଜୀବନେ,
ସଞ୍ଚରି ଯାଏ ଗ୍ରହଣର ଛାୟା,
ଶୁଦ୍ଧ, ଶୁଭ୍ର ଜ୍ୟୋତ୍ସ୍ନା ବିଧୌତ ପ୍ରାଙ୍ଗଣେ,
ତିକ୍ତତା ହୁଏ ତୀବ୍ରତର,
ବୁକୁଫଟା କୋହ ସବୁ ଝରି ପଡ଼େ
ଅସହାୟ ନୟନର କୋଣେ,
ସ୍ମୃତିର କଷାଘାତେ
ବ୍ୟାକୁଳିତ ଭାରାକ୍ରାନ୍ତ ପ୍ରାଣ
ପଲକେ ପଲକେ
ଲୋତକେ ହୁଏ ଜର ଜର,
ଜଣା ନ ଥିଲା, ଉଠୁ ଥିବା
ଉନ୍ମୁକ୍ତ ସିଡିର ଦ୍ୱାର ହିଁ
ମହାକାଳ ସର୍ପର ମୂଖ ଶାଳା,
ବିଶ୍ୱାସର ବିଶାଳ ପରିସର ହଜିଯାଏ,
ଯେବେ ଅବିଶ୍ୱାସର ଉତ୍ତାଳ ତରଙ୍ଗେ
ଅନୁରାଗ ପ୍ରିତୀର ଦରିଆ ରେ
ଝଡ଼ ଆସେ, ଭାସିଯାଏ, ଭାଙ୍ଗିଯାଏ,
ଅନୁବନ୍ଧନ ର ପ୍ରତ୍ୟୟ ପ୍ରତୀକ,
ଖାଲି ଅଭିସ°ପାତ ବର୍ଷା ରେ
ଭିଜି ଯାଏ ଆୟୁଷ ର.
ବାକି ତମାମ ଦିନ,
ଝରା ସ୍ମୃତିର
ରଙ୍ଗ ହୀନ ପାଖୁଡ଼ାରେ ll