ଜହ୍ନର ଠିକଣା
ଜହ୍ନର ଠିକଣା
ପୁନେଇ ରାତିରେ
ଆକାଶ ଛାତିରେ
ଜହ୍ନ ଖିଲି ଖିଲି ହସେ
ତାକୁ ଦେଖି ପ୍ରିୟା
କହିଲା ମାେ କାନେ
ଉଡି ଯିବା ଚାନ୍ଦ ଦେଶେ !!୧!!
ଖୋଜି ବସିଲା ଯେ
ଜହ୍ନର ଠିକଣା
ଆଣି ଦିଅ ମାେ ପାଇଁ
ଆମେ ସାଥି ହୋଇ
ଉଡିଯିବା ଦୁରେ
ଆଉ ପାଇବେନି କେହି !!୨!!
ମେଘ ମହ୍ଲାରରେ
ଲୁଚି ଯାଅ ତୁମେ
ଠିକଣା ମୁଁ ପାଉ ନାହି
ପ୍ରିୟା ତ ମୋହରି
ଭାରି ଅଭିମାନୀ
ମୋଟେ କଥା ହେବ ନାହିଁ !!୩!!
ପ୍ରିୟାର ସପନ
ପୁରା କରିଦିଅ
ବାରେ ତୁମେ ଦେଖା ଦେଇ
ତୋତେ ଖୋଜେ ଆଜି
ନିବିଡ଼ ନିଶୀଥେ
ପ୍ରିୟାର ସପନ ତୁହି !!୪!!
ତୋତେ ଝୁରି ଝୁରି
ପ୍ରିୟା ଗଲା ଚାଲି
ମୋତେ ଛାଡ଼ି ବହୁଦୂରେ
ଦୁଃଖ ରହିଗଲା
ଦେଇପାରିଲିନି
ଚାନ୍ଦିନୀକୁ ତା ହାତରେ!!୫!!
ମୋତେ ଏକାକରି
ଜହ୍ନ ରାଇଜକୁ
ପ୍ରିୟା ମୋର ଗଲା ଚାଲି
ତୁମ ଯୋଛନାର
ଶୀତଳ ପରଶେ
ହସଇ ସେ ଖିଲି ଖିଲି !!୬!!