Dileswari Dilu

Inspirational

2  

Dileswari Dilu

Inspirational

ଜହ୍ନର ଠିକଣା

ଜହ୍ନର ଠିକଣା

1 min
222



କୋଉଠି ଯାଇ ଛପିଗଲ ଜହ୍ନ

ପାଉନି ଠିକଣା ତୁମର

ଜାଣିଛ ମୁଁ ଅଧୁରା ତୁମ ବିନା

ମହୁ ବିନା ଅଧା ଯେହ୍ନେ ଭଅଁର ।

କେତେ ଭଲ ପାଉଥିଲି ତୁମକୁ

ଭୁଲ୍ ବୁଝିଗଲ ମତେ

ଆଜି ଖୋଜୁଛି ଖୋଜୁଛି ଆଉ ଖୋଜୁଛି

ପାଉନି ଠିକଣା ସତେ ।

ସତେ ଯଦି ମତେ ଭଲ ପାଇଥିଲ

ଖେଳଣା ଭାବନି ମୋ ହୃଦୟକୁ

ଦଣ୍ଡ ଦେବାର ଅଛି ସୀମା

ଆଉ କେତେ ଖୋଜିବି ତୁମକୁ ।

କେହି ଦଉନି ଠିକଣା ତୁମର

ଆସ ମୋ ପାଖକୁ ଫେରି

ଖୋଜି ପାଉନି କାନ୍ଦୁଛି ଆଜି

ଆଉ କେହି ହେବେନି ତୁମ ସରି ।

କଣ୍ଟା ଉପାଡି ଫୁଲ ବିଛେଇଲ 

ରାସ୍ତାର ପ୍ରତି ପାଦରେ

ପାଇଥିଲି ଭଲ କେବଳ ତୁମକୁ

ସମୟର ଘଡି ଘଡିରେ ।

ଠିକଣା ନ ପାଇଲେ ଚାଲିଯିବି ମୁଁ

ତୁମେ ବି କାନ୍ଦି ଝୁରିବ ମୋ ପାଇଁ

ସେ ଦିନ ନ ଥିବି ସତେ ପ୍ରିୟା

ଖୋଜିବ ଠିକଣା ଡାକି ଗୋସାଇଁ ।

                   


Rate this content
Log in

Similar oriya poem from Inspirational