Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଜହ୍ନ ରାତି

ଜହ୍ନ ରାତି

1 min
672



ପୂରୁବେ ପୂନେଇଁ ଜହ୍ନ ଆସେ ଉଇଁ

ରାତିଟା ଲାଗୁଚି ନୂଆ

ଜୋଛନାରେ ଭିଜେ ତୋ ପାଇଁ ସାଥୀ

ହାତେ ଲେଖିଛି ତୋ'ନାଆଁ ।


ବଉଳ ଫୁଲର ବାସ ଚହଟୁଛି

କାକର ବୁନ୍ଦାରେ ମୁକୁତା ହସୁଚି

ଅଭିଆଡୀ ମନ 

ଚୋରି କରେ ଜହ୍ନ

ମନ ତଳେ ଜାଳେ ନିଆଁ ।


ଆଖି ଯାଏ ଲାଖି ଜହ୍ନ ଦେଖି ଦେଖି

ରୂପେଲି ଜୋଛନା ମୁହଁରେ ମୋ ମାଖି

ରୂପାର ସବାରୀ

ଜହ୍ନ ଆସେ ଧରି

ଦେଖି ମନ ଆମାନିଆଁ ।


ଆ'ଜହ୍ନ ମୋର ନେଇ ଯା' ମନ

ମନ ତଳେ ଯେତେ ସାଇତା ସପନ

ଝୁମି ତୋ ବାହୁରେ

କହିବି କାନରେ

ମିଳୁ ସାଥୀ ଏମିତିଆ ।


Rate this content
Log in